ଛତ୍ରପୁର: ଛତ୍ରପୁର ବ୍ଲକ ଅଂଚଳ ରେ ଗତକିଛିଦିନ ହେଲା ବାରହା ଉପଦ୍ରବ ଯୋଗୁଁ ବିଭିନ୍ନ ରକମରମ ଚାଷ ଫସଲ ଗୁଡିକ ନଷ୍ଟ ହେବାର ଦେଖିବାକୁ ମିଳିଛି କ୍ଷ ସେହିପରି ଭିକାରୀପଲ୍ଲୀ ଗ୍ରାମ ଗୁରୁବା ପାତ୍ର ଲଣ୍ଡାବାଉଁଶ ମୌଜା ରେ ୫ ଭରଣ ଚାଷ ଜମି ଚିନା ବାଦାମ ଫସଲ କରିଥିବା ବେଳେ ତାହା ବାରହା ଉପଦ୍ରବ ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କ୍ଷ ସେ ଏହି ଚାଷ ନିମନ୍ତେ ବିଭିନ୍ନ ଧାର କରଜ ଆଣି ଚିନା ବାଦାମ ଫସଲ କରିଥିଲେ କ୍ଷ ବର୍ତ୍ତମାନ ସେ ଭାଙ୍ଗି ପଡିଛନ୍ତି କ୍ଷ ସରକାର ଙ୍କ ପକ୍ଷରୁ ତାଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବା ନିମନ୍ତେ ଅଂଚଳ ବାସୀ ଦାବୀ କରିବା ସହିତ ବାରହା ଉପଦ୍ରବ ଉପରେ ରୋକ ଲଗାଇବା ନିମନ୍ତେ ବନ ବିଭାଗ ଦୃଷ୍ଟି ଦେବା ନିମନ୍ତେ କହିଥିଲେ କ୍ଷ
