ମସ୍କୋ: ଗୁରୁବାର ଦିନ ଜଣେ ୨୮ ବର୍ଷୀୟା ଲାବୋରେଟୋରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପ୍ଲେଗ୍ର ଏକ ସନ୍ଦିଗ୍ଧ ମାମଲା ଯୋଗୁଁ ରୁଷିଆରେ ଉଚ୍ଚ ସତର୍କତା ଜାରି କରାଯାଇଛି। କୁହାଯାଉଛି ଯେ ଏକ ଜୀବନ୍ତ ବ୍ୟାକ୍ଟେରିଆ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଯଦିଓ ସେହି ମହିଳାଙ୍କର ପ୍ରକୃତରେ ପ୍ଲେଗ୍ ହୋଇଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, ତଥାପି ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୦୦ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଅଧିକାରୀମାନେ ବର୍ତ୍ତମାନ ସୁଦ୍ଧା ଏହି ରୋଗକୁ କେବଳ ଏକ ଅତ୍ୟନ୍ତ ବିପଜ୍ଜନକ ସଂକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ହ୍ୱାଇଟ୍ ହାଉସ୍ ମଧ୍ୟ ଏହି ପରିସ୍ଥିତି ଉପରେ ନଜର ରଖିଛି; ଜଣେ ଅଧିକାରୀଙ୍କ କହିବାନୁସାରେ, ଟ୍ରମ୍ପ ପ୍ରଶାସନ ଏ ବିଷୟରେ ଅବଗତ ଅଛି, ସଂକ୍ରମଣ ଉପରେ ନଜର ରଖିଛି ଏବଂ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛି ବୋଲି “ଆକ୍ସିଓସ୍’ ରିପୋର୍ଟ କରିଛି। ରୁଷ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ ଥିବା “ମାଶ୍’ ଟେଲିଗ୍ରାମ ଚ୍ୟାନେଲ କହିଛି ଯେ, ରୁଷିଆର ବୁରିଆଟିଆ ଅଞ୍ଚଳକୁ ଏକ କାର୍ଯ୍ୟଗତ ଯାତ୍ରାରୁ ଫେରିବା ପରେ ସେହି ମହିଳାଙ୍କ ଠାରେ ପ୍ଲେଗ୍ର ଲକ୍ଷଣ ଦେଖାଦେଇଥିଲା। ମଙ୍ଗୋଲିଆ ସୀମା ନିକଟରେ ତାଙ୍କ ରୋଗ ଚିହ୍ନଟ ହୋଇଥିଲା ବୋଲି ଚ୍ୟାନେଲ ଦାବି କରିଛି। କିନ୍ତୁ ବୁରିଆଟିଆର ସରକାରୀ ମୁଖ୍ୟ ଆଲେକ୍ସି ସିଡେନୋଭ୍ ଅସ୍ୱୀକାର କରିଛନ୍ତି ଯେ ସେହି ୨୮ ବର୍ଷୀୟା ମହିଳା ଉକ୍ତ ଅଞ୍ଚଳକୁ ଯାଇଥିଲେ। ଘଟଣାଟି ଏପରି ଘଟିଥିଲା। “ମସ୍କୋ ଟାଇମ୍ସ’ ରିପୋର୍ଟ କରିଛି ଯେ ୨୮ ବର୍ଷୀୟା ମହିଳା ଡାରିଆ ଶିପିଲୋଭା ସାଇବେରିଆସ୍ଥିତ ଏକ “ଆଣ୍ଟି-ପ୍ଲେଗ୍’ (ପ୍ଲେଗ୍-ବିରୋଧୀ) ଲାବୋରେଟୋରୀରେ କାମ କରୁଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୫ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଯଦି ରୋଗୀଙ୍କୁ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଦିଆନଯାଏ, ତେବେ ଏହି ରୋଗ ପ୍ରାୟ ୧୦୦ ପ୍ରତିଶତ ମାରାତ୍ମକ ହୋଇଥାଏ। ଲକ୍ଷଣ ଦେଖାଦେବାର ପ୍ରଥମ ୨୪ ଘଣ୍ଟା ମଧ୍ୟରେ ହିଁ ଏହାର ଚିକିତ୍ସା ଆରମ୍ଭ କରାଯିବା ଉଚିତ୍। ଯେହେତୁ ଏହି ରୋଗ ଶ୍ୱାସକ୍ରିୟା ମାଧ୍ୟମରେ ବ୍ୟାପିଥାଏ, ତେଣୁ ଏହାର ଜୀବାଣୁ ବାୟୁ ଦେଇ ଗତି କରେ ଏବଂ ସମ୍ପ୍ରଦାୟ ମଧ୍ୟରେ ଦ୍ରୁତ ଗତିରେ ବିପଜ୍ଜନକ ସଂକ୍ରମଣ ସୃଷ୍ଟି କରିପାରେ। ଏହା ବ୍ୟତୀତ, ନିଉମୋନିକ୍ ପ୍ଲେଗର ଲକ୍ଷଣଗୁଡ଼ିକ ୧ ରୁ ୩ ଦିନ ମଧ୍ୟରେ ଦେଖାଦେଇଥାଏ ଏବଂ ଏହି ସଂକ୍ରମଣ ଯୋଗୁଁ ଦୁଇରୁ ଚାରି ଦିନ ମଧ୍ୟରେ ଶ୍ୱାସକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇପାରେ।
