କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଲାବାଣ୍ୟ ନଗର ଗାଁ ରୁ ବେଆଇନ ଭାବେ ଚାଲିଥିବା ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର କାରଖାନା ଠାବ କରିଛି ତୁମୁଡିବନ୍ଧ ପୋଲିସ । ତେବେ ଲାବାଣ୍ୟ ନଗର ଗାଁ ରେ ଦେଶୀ ବନ୍ଧୁକ ନିର୍ମାଣ କରାଯାଉଥିବା ନେଇ ବିଶେଷ ସୂତ୍ର ରୁ ସୂଚନା ପାଇବା ପରେ ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ ଙ୍କ ନେତୃତ୍ୱ ରେ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା । ବେଆଇନ ବନ୍ଧୁକ କାରଖାନା ରୁ ୩ ଟି ଦେଶୀ ବନ୍ଧୁକ, ୨ ଟି ବ୍ୟାରେଲ, ୨ ଟି କାଠ ବଟ, କଟର ମେସିନ, ବ୍ଲର ମେସିନ ସମେତ ବହୁ ସରଞ୍ଜାମ ଜବତ କରିଛି ତୁମୁଡିବନ୍ଧ ପୋଲିସ ।

ତେବେ ବେଆଇନ ବନ୍ଧୁକ କାରଖାନା ଚଳାଇ ଆସୁଥିବା ଲାବାଣ୍ୟ ନଗର ଗାଁ ର ଦୈତାରୀ ବିନ୍ଧାଣି କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ। ବେଆଇନ ବନ୍ଧୁକ ନିର୍ମିତ କାରଖାନା କେତେଦିନ ହେବ ଅଭିଯୁକ୍ତ ଚଳାଇ ଆସୁଥିଲା ଓ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଚାଲିଥିବା ବାଲିଗୁଡା ଏସଡ଼ିପିଓ କହିଛନ୍ତି ।
