ନୀଳଗିରି; ଗୋଠ ଛଡା ହରିଣଟି ଦିଗହରା ହୋଇ ଗାଁ ମୁହାଁ ହୋଇଥିବାର ଦେଖିବାକୁ ମିଛି। ବୁଧବାର ସକାଳ ପ୍ରାୟ ୬.୩୦ସମୟରେ ନୀଳଗିରି ବନବିଭାଗ ଏକ ମୃତହରିଣ ଉଦ୍ଧାର କରିଥିବା ଜଣାଯାଇଛି। ସୂଚନା ମୁତାବକ ନୀଳଗିରି ବ୍ଲକ୍ ମାଟିଆଳି ପଞ୍ଚାୟତ ଗୋବିନ୍ଦପୁରା ଗ୍ରାମ ନିକଟରେ ଏକ ହରିଣ ବିଲ ମଝିରେ ବୁଲୁଥିବା ବେଳେ କିଛି କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡିବା ଦ୍ୱାରା ହରିଣଟି ମରିଯାଇଥିଲା।ବୁଲାକୁକୁର ମାନଙ୍କ କବଳରୁ ଗୋଠ ଛଡା ହାରିଣକୁ ବଞ୍ଚାଇବା ପାଇଁ ଗାଁ ଲୋକମାନେ ଚେଷ୍ଠା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ବିଚାର ହରିଣଟି ବୁଲା କୁକୁରଙ୍କ ଆକ୍ରମଣରେ ଶିକାର ହୋଇ ମୃତ୍ୟୁ ହୋଇଥିବାର ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି।
