ଛତ୍ରପୁର : ଠାକୁରଙ୍କୁ ବି ଛାଡିଲେନି ଦୁର୍ବୁତ୍ତ । ରାତି ଅଧରେ ମନ୍ଦିର ଭିତରେ ପଶି ଲୁଟିନେଲେ ସୁନା ରୁପା ଅଳଙ୍କାର ସମେତ ଦାନ ହୁଣ୍ଡୀ କ୍ଷ ଛତ୍ରପୁର ଥାନା ଅଧିନ କୁମାରବେଗପଲ୍ଲୀ ଗ୍ରାମରେ ଥିବା ହନୁମାନ ମନ୍ଦିର ରୁ ସୁନା ଅଳଙ୍କାର, ସମେତ ଦାନ ହୁଣ୍ଡି, ରୂପା ଅଳଙ୍କାର ଚୋରି କରି ନେଇଛନ୍ତି ଦୁର୍ବୁତ୍ତ । ଚୋରୀ ବେଳର ଦୃଶ୍ୟ ସିସି ଟିଭିରେ କଏଦ ।ଚୋରୀ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଅଧିକା ହେବ ବୋଲି ସୂଚନା ମିଳିଛି । ଗତକାଲି ରାତିରେ ପୂଜକ ଦାଶରଖି ପଣ୍ଡା ପୂଜା ସାରି ଘରକୁ ଯାଇଥିଲେ ।ଆଜି ସକାଳୁ ମନ୍ଦିର କୁ ସେ ଆସି ଦେଖିଲା ବେଳକୁ ତାଲା ଭାଙ୍ଗି ଥିବା ବେଳେ ହନୁମାନଙ୍କ ସୁନାର ଆଖି, ସୁନାର ଚିତା, ରୂପାର ଗଦା, ପର୍ବତ, ରାମ, ଲକ୍ଷଣ, ସୀତା ଙ୍କ ରୂପାର ବିଭିନ୍ନ ଅଳଙ୍କାର ଲୁଟି ନେବା ସହ ହୁଣ୍ଡିକୁ ଦୁର୍ବୁତ୍ତ ମାନେ ଟେକି ନେଇଛନ୍ତି । ଘଟଣାର ଖବର ପାଇ ଛତ୍ରପୁର ଥାନା ପୋଲିସ ଆସି ତଦନ୍ତ କରିଛନ୍ତି । ଦୃର୍ବତ୍ତ ମାନେ ମୁହଁ ଘୋଡାଇ ଏହି ଘଟଣା ଘଟେଇଛନ୍ତି । ସୂଚନା ଥାଉ କି, ମନ୍ଦିରର ଦାନ ହୁଣ୍ଡି ୭ ବର୍ଷ ହେଲା ଖୋଲା ଯାଇନାହିଁ । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଞ୍ଚି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ଚୋର ଙ୍କୁ ଗିରଫ କରି ଚୋରୀ ସାମଗ୍ରୀ ଫେରସ୍ତ କରାଇବା ପାଇଁ ପୋଲିସ ପ୍ରସାସନ କୁ ନିବେଦନ କରିଛନ୍ତି ।ଉକ୍ତ ହନୁମାନ ମନ୍ଦିର ଟି ଦୀର୍ଘ ୪୦ ବର୍ଷର ପୁରୁଣା ମନ୍ଦିର ହୋଇଥିବାରୁ ଚୋରୀ ଘଟଣା ସମସ୍ତ ଶ୍ରଦ୍ଧାଳୁଙ୍କ ଭାବାବେଗ କୁ ଗଭୀର ଆଘାତ ଦେଇଛି କ୍ଷ ଏଣୁ ଦୋଷୀଙ୍କୁ ଖୋଜି ବାହାର କରିବା ଓ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ଦିର ପୂଜକ, ପରିଚାଳନା କମିଟି ସଦସ୍ୟ, ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁ ମାନେ ନିବେଦନ କରିଛନ୍ତି ।ଗତ କିଛି ଦିନ ତଳେ ଛତ୍ରପୁର ଥାନା ବିରେଶ୍ୱର ମନ୍ଦିର ସମେତ ଚମାଖଣ୍ଡି ଥାନା ଅଞ୍ଚଳରେ ମଧ୍ୟ ମନ୍ଦିର ମାନଙ୍କରେ ଲୁଟ ହେଉଥିବା ବେଳେ ପୋଲିସ ଅପରାଧୀ ଙ୍କ ସୁରାକ ପାଉନଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି କ୍ଷ ଅନ୍ୟପଟେ ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡ଼େଇ ଙ୍କ ସମେତ ଛତ୍ରପୁର ଥାନାର ବହୁ ପୋଲିସ କର୍ମଚାରୀ କୁମାରବେଗପଲ୍ଲୀ ହନୁମାନ ମନ୍ଦିରରେ ପହଞ୍ଚି ବିଭିନ୍ନ ଦିଗ କୁ ନେଇ ତଦନ୍ତ କରିଛନ୍ତି କ୍ଷ ସିସି ଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଚଳାଇଛି
