ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ଥାନା କଲାଶ୍ରୀ ଗୋପାଳପୁର ପଂଚାୟତ ଅନ୍ତର୍ଗତ ଗଜେନ୍ଦ୍ରପୁର ଗ୍ରାମର ଜଣେ ବୃଦ୍ଧା ଆଜି ନଦୀ ସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି. ଘଟଣାରୁ ପ୍ରକାଶଯେ ଗଜେନ୍ଦ୍ରପୁର ଗ୍ରାମର ସ୍ୱର୍ଗତ ଧ୍ରୁବ ଜେନାଙ୍କ ପତ୍ନୀ ହେମଲତା ଜେନା (୮୨) ଆଜି ମଧ୍ୟାହ୍ନରେ ଘର ନିକଟସ୍ଥ ବିରୂପା ନଦୀକୁ ସ୍ନାନ କରିବାକୁ ଯାଇଥିଲେ, ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫରିବାରୁ ପରିବାର ଲୋକେ ତାଙ୍କୁ ଗାଁର ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ନପାଇବାରୁ ନଦୀ ତୁଠରେ ତାଙ୍କର ଚପଲ ଓ ବାଲଟି ଥିବା ଦେଖିବାକୁ ପାଇଥିଲେ. ତେବେ ସେ ଗାଧୋଇବା ବେଳେ ନଦୀରେ ଗୋଡ ଖସିଯାଇ ଭାସି ଯାଇଥିବା ଅନୁମାନ କରି ସ୍ଥାନୀୟ ଲୋକେ ବହୁତ ଖୋଜିଲାପରେ ନପାଇବାରୁ ଓଡ୍ରାଫ ଟିମ କୁ ଖବର ଦେବା ପରେ ଓଡ୍ରାଫ ଟିମ ଗଜେନ୍ଦ୍ରପୁର ଠାରୁ ବେଣିପୁର ପର୍ଯ୍ୟନ୍ତ ଖୋଜିବା ପାଈଁ ପ୍ରୟାସ କରିଥିଲେ ମଧ୍ୟ ହେମଲତାଙ୍କୁ ନପାଇ ସନ୍ଧ୍ୟାରେ ଫେରିଯାଇଛନ୍ତି.ରାତି ହୋଇ ଯିବାରୁ ଖୋଜିବା ସମ୍ଭବ ନୁହେଁ ବୋଲି ଓଡ୍ରାଫ ଟିମ କହିଥିବା ଜଣାପଡିଛି. ଏ ନେଇ ପରିବାର ଓ ଆତ୍ମୀୟସ୍ୱଜନ ମର୍ମାହତ ଥିବା ଜଣାପଡିଛି.
