କଳାହାଣ୍ଡ: ମଙ୍ଗଳବାର ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତର ଇ.ଊ.ଋ ଦେବେନ୍ଦ୍ର ସାହୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆବେଦନକାରୀଙ୍କୁ ଅନୁମୋଦନ କରିବା ପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।ଆଜି ଅଭିଯୋଗର ଯାଞ୍ଚ କରିବା ସମୟରେ ଭିଜିଲାନ୍ସ ଟିମ୍ ଦ୍ୱାରା ସେ ୬,୦୦୦ ଟଙ୍କା ଲଓଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ପରେ ତାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିବା ସୂଚନା ମିଳିଛି।ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବୃଦ୍ଧି ପାଇଛି ଓ ଆଗାମୀ ଦିନରେ ଅଧିକ ତଦନ୍ତ ଜାରି ରହିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
