“ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭିଡିଓ କଲ୍ ମାଧ୍ୟମରେ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ନିକଟରେ ବିମାନ ଉଡ଼ାଣ ସମୟରେ ଘଟିଥିବା ଏକ ଘଟଣା ବେଳେ ଯାତ୍ରୀମାନଙ୍କୁ ସୁରକ୍ଷିତ ରଖିବାରେ ତାଙ୍କର ସାହସ, ଧୈର୍ଯ୍ୟ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କ୍ୟାପଟେନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ କଥାବାର୍ତ୍ତା ଆରମ୍ଭ କରିଥିଲେ ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ସମଗ୍ର ଦେଶ ପ୍ରାର୍ଥନା କରୁଛି ବୋଲି ଆଶ୍ୱାସନା ଦେଇଥିଲେ। ଗୁରୁତର ଆହତ ହୋଇ ମଧ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବାରୁ କ୍ୟାପଟେନ୍ ସ୍ମିତ୍ଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସେ ନିଜ ଜୀବନ ଅପେକ୍ଷା ଯାତ୍ରୀମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥିଲେ। ଆଜି ସମଗ୍ର ଦେଶ ଗର୍ବର ସହ କହିପାରିବ ଯେ ଆମ ଭାରତୀୟମାନେ ଜୀବନ ନେଉଥିବା ଲୋକ ନୁହଁନ୍ତି, ବରଂ ଆମେ ଜୀବନ ବଞ୍ଚାଉଥିବା ଲୋକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କଥାବାର୍ତ୍ତା ସମୟରେ କ୍ୟାପଟେନ୍ ସ୍ମିତ୍ ବର୍ଣ୍ଣନା କରିଥିଲେ ଯେ କିପରି ତାଙ୍କର ୧୭ ବର୍ଷର ଉଡ଼ାଣ ଅଭିଜ୍ଞତା ତାଙ୍କୁ ବିମାନଟି ତଳକୁ ଖସିପଡ଼ୁଥିବା କଥା ଜାଣିବାରେ ସାହାଯ୍ୟ କରିଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ ଆହତ ଅବସ୍ଥାରେ ମଧ୍ୟ ସେ କକପିଟ୍ଦ୍ୱାର ପାଖରେ ପହଞ୍ଚି ତାହା ଖୋଲିବା ପାଇଁ ଶେଷ ଚେଷ୍ଟା କରିଥିଲେ, କାରଣ ସେ ଯାତ୍ରୀମାନଙ୍କ ଜୀବନ ହରାଇବାକୁ ଦେବାକୁ ଚାହୁଁନଥିଲେ।
ପ୍ରଧାନମନ୍ତ୍ରୀ କ୍ୟାପଟେନ୍ଙ୍କ ବୟାନ ଶୁଣିଥିଲେ ଏବଂ ତାଙ୍କର ଦୃଢ଼ ସଂକଳ୍ପ ଓ ସାହସର ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସେହି କଠିନ ପରିସ୍ଥିତିରେ କ୍ୟାପଟେନ୍ ସ୍ମିତ୍ “ହନୁମାନ ଚାଳିଶା’ ପାଠ କରି ଆଧ୍ୟାତ୍ମିକ ଶକ୍ତି ଲାଭ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏଭଳି ଏକ କଠିନ ଅନୁଭୂତି ଦେଇ ଗତି କରିବା ପରେ କ୍ୟାପଟେନ୍ ଭାବପ୍ରବଣ ହୋଇପଡ଼ିବା ସ୍ୱାଭାବିକ କଥା। “ାପଣଙ୍କ ସାହସିକ କାର୍ଯ୍ୟ ସମଗ୍ର ବି ଆହତ ପାଇଲଟ୍ଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ କ୍ୟାପଟେନ୍ଙ୍କ କାର୍ଯ୍ୟ ସମଗ୍ର ବିଶ୍ୱରେ ଭାରତୀୟ ପାଇଲଟ୍ମାନଙ୍କ ଗୌରବ ବୃଦ୍ଧି କରିଛି। ଗାନ୍ଧୀ ଜୟନ୍ତୀର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ, “ଆଜି ଗାନ୍ଧୀ ଜୟନ୍ତୀ; ଅହିଂସାର ପ୍ରକୃତ ମର୍ମ କ’ଣ, ତାହା ଆପଣ ନିଜ ଜୀବନରେ ଆଚରଣ କରି ପ୍ରମାଣିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କ୍ୟାପଟେନ୍ ସ୍ମିତ୍ଙ୍କ ସହ ଗୁଜରାଟୀ ଭାଷାରେ ଆପଣାର ଭାବେ କଥାବାର୍ତ୍ତା କରିଥିଲେ ଏବଂ ତାଙ୍କର ଛୋଟ ପିଲା ବବି ଓ ଜିୱାଙ୍କ ବିଷୟରେ ପଚାରି ବୁଝିଥିଲେ। ସେହି କଠିନ ସମୟରେ ଧୈର୍ଯ୍ୟ ଓ ବିଶ୍ୱାସ ବଜାୟ ରଖିଥିବାରୁ ସେ କ୍ୟାପଟେନ୍?ଙ୍କ ପିତାମାତା ଏବଂ ପତ୍ନୀ ସୋନାଲବେନ୍?ଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କ୍ୟାପଟେନ୍ ସ୍ମିତ୍ଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେ କେବଳ ଗୋଟିଏ ଫୋନ୍ କଲ୍ ଦୂରତାରେ ଅଛନ୍ତି ଏବଂ ସାକ୍ଷାତ ସମୟରେ ଘଟଣା ସମ୍ପର୍କିତ ସମସ୍ତ ବିବରଣୀ ତାଙ୍କଠାରୁ ଶୁଣିବେ। ତାଙ୍କର ସମ୍ପୂର୍ଣ୍ଣ ଓ ଶୀଘ୍ର ଆରୋଗ୍ୟ କାମନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, “ଆପଣ ଶୀଘ୍ର ସୁସ୍ଥ ହୁଅନ୍ତୁ ଯାହାଫଳରେ ଆମେ ଭେଟିପାରିବୁ; ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ଏବଂ ଜୟ ହିନ୍ଦ୍।’ ଦୁବାଇରୁ ତେଲ୍ ଅଭିବ୍ ଯାତ୍ରା କରୁଥିବା “ଫ୍ଲାଇ-ଦୁବାଇ’ ବିମାନ ସହ ଜଡ଼ିତ ଘଟଣା ପରେ କ୍ୟାପଟେନ୍ ସ୍ମିତ୍ ବର୍ତ୍ତମାନ ସୁସ୍ଥ ହେଉଥିବା ସମୟରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା।
