ନୂଆଦିଲ୍ଲୀ: ଫାଇନାଲ୍ ମୁକାବିଲାରେ ସୁଜିତ୍ ତାଜିକିସ୍ତାନର ଅବଦୁଲମାଜିଦ୍ କୁଦିଏଭ୍ଙ୍କୁ ପରାସ୍ତ କରିଥିଲେ। ମ୍ୟାଚ୍ ଶେଷ ହେବାକୁ ମାତ୍ର ଦେଢ଼ ମିନିଟରୁ ଅଳ୍ପ ଅଧିକ ସମୟ ବାକି ଥିବାବେଳେ ସେ ୨-୯ର ପଛୁଆ ସ୍ଥିତିରୁ ବାହାରି ଆସିଥିଲେ ଏବଂ ମ୍ୟାଚ୍ ଶେଷ ହେବାକୁ ମାତ୍ର ୧୧ ସେକେଣ୍ଡ ବାକି ଥିବାବେଳେ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ। ତାଜିକ କୁସ୍ତିଯୋଦ୍ଧା ଜଣକ ମ୍ୟାଚ୍ର ଆରମ୍ଭ ବେଶ୍ ଭଲ ଭାବେ କରିଥିଲେ; ସେ ସୁଜିତ୍ଙ୍କୁ ରିଙ୍ଗ୍ ବାହାରକୁ ଠେଲି ଦୁଇ ପଏଣ୍ଟ ହାସଲ କରିବା ସହ ପରେ ଗୋଡ଼ ଉପରେ ଆକ୍ରମଣ କରି ଆଉ ଦୁଇ ପଏଣ୍ଟ ଯୋଡ଼ି ୪-୦ରେ ଅଗ୍ରଣୀ ହୋଇଥିଲେ। ସୁଜିତ୍ ଏହାର ଜବାବରେ ଦୁଇ ପଏଣ୍ଟ ବିଶିଷ୍ଟ “ଟେକ୍ଡାଉନ୍’ କରିଥିଲେ, କିନ୍ତୁ କୁଦିଏଭ୍ ପଏଣ୍ଟ ହାସଲ ଜାରି ରଖି ନିଜର ଅଗ୍ରଣୀ ସ୍ଥିତିକୁ ୫-୨କୁ ବୃଦ୍ଧି କରିଥିଲେ। ଏହାପରେ ସେ ଆଉ ଏକ “ଟେକ୍?ଡାଉନ୍’ ଏବଂ ଚାରି ପଏଣ୍ଟ ବିଶିଷ୍ଟ ଚାଲ୍ ପ୍ରୟୋଗ କରି ୯-୨ର ବଡ଼ ଅଗ୍ରଣୀ ହାସଲ କରିନେଇଥିଲେ। ମ୍ୟାଚ୍ ଶେଷ ହେବାକୁ ପ୍ରାୟ ୧ ମିନିଟ୍ ୨୦ ସେକେଣ୍ଡ ବାକି ଥିବାବେଳେ, ସୁଜିତ୍ ଏକ ବଡ଼ “ଟେକ୍?ଡାଉନ୍’ ସହ ନିଜର ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଥିଲେ। ଏହା ପରେ ସେ ଆଉ ଦୁଇ ପଏଣ୍ଟ ହାସଲ କରି ପଏଣ୍ଟ ବ୍ୟବଧାନକୁ ୬-୯କୁ ହ୍ରାସ କରିଥିଲେ। ଏହି ଭାରତୀୟ ଖେଳାଳି ନିରନ୍ତର ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ ଏବଂ କ୍ରମାଗତ ଭାବେ “ଟେକ୍ଡାଉନ୍’ କରି ମ୍ୟାଚ୍ ଶେଷ ହେବାକୁ ମାତ୍ର ୧୧ ସେକେଣ୍ଡ ବାକି ଥିବାବେଳେ ଏହି ଚମତ୍କାର ବିଜୟ ହାସଲ କରିଥିଲେ। ୨୦୧୮ ଜାକର୍ତ୍ତା-ପାଲେମ୍ବାଙ୍ଗ କ୍ରୀଡ଼ାରେ ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ୍ ସ୍ୱର୍ଣ୍ଣ ପଦକ ଜିତିବା ପରେ, ଏସୀୟ କ୍ରୀଡ଼ାର କୁସ୍ତିରେ ଭାରତ ପାଇଁ ଏହା ପ୍ରଥମ ସ୍ୱର୍ଣ୍ଣ ପଦକ ବିଜୟ ଅଟେ। ଏହା ପୂର୍ବରୁ ସେମିଫାଇ ଏହି ସ୍ୱର୍ଣ୍ଣ ପଦକ ସହିତ ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୭୫ରେ ପହଞ୍ଚିଛି; ଏଥିରେ ୧୫ଟି ସ୍ୱର୍ଣ୍ଣ, ୨୫ଟି ରୌପ୍ୟ ଓ ୩୫ଟି ବ୍ରୋଞ୍ଜ ପଦକ ସାମିଲ ରହିଛି।
