ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲ୍ଲା ଅନ୍ତର୍ଗତ ଖୁଦାଗଞ୍ଜ ଥାନା ଅଞ୍ଚଳର ସୁଠା ଗ୍ରାମରେ ଥିବା ଏକ ଶିବ ମନ୍ଦିର ଭିତରେ ଦୁଇଜଣ ସାଧୁଙ୍କୁ ହତ୍ୟା କରାଯାଇଥିବା ଏବଂ ସେମାନଙ୍କ ମୃତଦେହରେ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ଦିନ ପୋଲିସ ଏହି ସୂଚନା ଦେଇଛି। ପଚରାଉଚରା ପାଇଁ ପୋଲିସ ସୁମିତ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ମନ୍ଦିର ଚାରିପାଖର ଜମି ଉପରେ ନିୟନ୍ତ୍ରଣ ହାସଲ କରିବା ଉଦ୍ଦେଶ୍ୟରେ ସେ ଗୋପାଳ ଦାସ (୭୦) ଏବଂ ବିହାରୀ ଦାସ (୬୦)ଙ୍କୁ ସେଠାରୁ ହଟାଇବାକୁ ଚାହୁଁଥିଲେ। ପୋଲିସ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୭ଟା ସମୟରେ ମନ୍ଦିରରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ସେମାନେ ଦେଖିବାକୁ ପାଇଲେ ଯେ ଜଣେ ସାଧୁଙ୍କ ମୃତଦେହ ଜଳୁଥିଲା ଏବଂ ଅନ୍ୟ ଜଣଙ୍କ ଶରୀର କେବଳ କଙ୍କାଳରେ ପରିଣତ ହୋଇଯାଇଥିଲା। ମୃତଦେହଗୁଡ଼ିକ ପରସ୍ପରଠାରୁ ପ୍ରାୟ ୧୦ ମିଟର ଦୂରରେ ପଡ଼ିଥିଲା। ଗ୍ରାମବାସୀଙ୍କ କହିବାନୁସାରେ, ଅଜିଜଗଞ୍ଜ ଅଞ୍ଚଳର ବାସିନ୍ଦା ଗୋପାଳ ଦାସ ଜଣେ କଥାକାର ଥିଲେ ଏବଂ ପ୍ରାୟ ୨୦ ବର୍ଷ ଧରି ମନ୍ଦିରରେ ରହୁଥିଲେ। ବିହାରୀ ଦାସ ସୁଠା ଗ୍ରାମର ବାସିନ୍ଦା ଥିଲେ ଏବଂ ପୂର୍ବରୁ ସେଠାକାର ଠାକୁରଜୀ ମନ୍ଦିରରେ ରହୁଥିଲେ। ସେ ଏକ ମାସ ପୂର୍ବେ ଗୋପାଳ ଦାସଙ୍କ ଶିଷ୍ୟ ହୋଇଥିଲେ ଏବଂ ପରେ ତାଙ୍କ ସହ ଶିବ ମନ୍ଦିରରେ ରହିବା ଆରମ୍ଭ କରିଥିଲେ। ଗୋପାଳ ଦାସଙ୍କ ପରିବାର କହିଛନ୍ତି ଯେ ପତ୍ନୀଙ୍କ ମୃତ୍ୟୁ ପରେ ସେ ଘର ଛାଡ଼ି ମନ୍ଦିରର ଦେଖାଶୁଣା କରିବା ଆରମ୍ଭ କରିଥିଲେ। ତାଙ୍କ ଭାଇ ରାମଦୁଲାରେ କହିଛନ୍ତି, “ସେ ପ୍ରାୟ ଏକ ସପ୍ତାହ ପୂର୍ବେ ଘରକୁ ଆସିଥିଲେ ଏବଂ ବିହାରର ଗୟା ଯିବାକୁ ଚାହୁଁଥିବା କଥା କହିଥିଲେ। ସେ ପାଞ୍ଚ ଦିନ ପୂର୍ବେ ଗୟା ଯିବାକୁ ବାହାରିଥିଲେ, କିନ୍ତୁ ବାଟରେ ଆହତ ହେବା ପରେ ଫେରି ଆସିଥିଲେ।’ ବିହାରୀ ଦାସଙ୍କ ଭାଣିଜା ପ୍ରଦୀପ ସିଂହ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ବାସିନ୍ଦା ସୁମିତ ଏହି ହତ୍ୟାକାଣ୍ଡ ପାଇ ସେ କହିଲେ ଯେ ସେ ରାତିରେ ସେହି ସାଧୁମାନଙ୍କୁ ଭେଟି ନଥିଲେ ଏବଂ ଘରକୁ ଫେରିବା ପୂର୍ବରୁ ବୁଧବାର ଦିନ ଅପରାହ୍ନ ପ୍ରାୟ ୩ଟା ସମୟରେ ସେମାନଙ୍କୁ ଶେଷ ଥର ପାଇଁ ଦେଖିଥିଲେ। ପୋଲିସ୍ ଅଧୀକ୍ଷକ ଦୀକ୍ଷା ଭାବ୍ରେ କହିଲେ ଯେ ସୁମିତ୍ଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି।
