କୋଲକାତା: ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ତାଙ୍କ ନିଜ ଗଡ଼ ଭବାନୀପୁରରେ ୧୫,୦୦୦ ଭୋଟରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଛନ୍ତି। ଭୋଟ ଗଣନାର ଶେଷ ପର୍ଯ୍ୟାୟ ପରେ ଶୁଭେନ୍ଦୁ ଅଧିକାରୀ ୭୩,୪୬୩ ଭୋଟ ପାଇଥିବା ବେଳେ ବାନାର୍ଜୀ ୫୮,୩୪୯ ଭୋଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ୨୦୨୧ ନିର୍ବାଚନ ସମୟରେ ମଧ୍ୟ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ଏକ ସୀମିତ ବ୍ୟବଧାନରେ ପରାସ୍ତ କରିଥିଲେ। ଏବେ ଭବାନୀପୁରରେ ତାର ପୁନରାବୃତ୍ତି ଘଟିଛି। ମମତା ବାନାର୍ଜୀଙ୍କ ଉପରେ ତାଙ୍କର ବିଜୟ କେବଳ ଏକ ନିର୍ବାଚନୀ ବିଜୟ ନୁହେଁ, ଏହା ଏକ ରାଜନୈତିକ ଭୂମିକମ୍ପ ସହିତ ସମାନ। ୨୦୧୧ ମସିହାରୁ ଭବାନୀପୁର ମମତା ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ଥିଲା ଏବଂ ଦକ୍ଷିଣ ବଙ୍ଗରେ ତାଙ୍କର ପ୍ରାଧାନ୍ୟ ରହିଥିଲା ଥିଲା। ୧୫,୦୦୦ ଭୋଟରେ ପରାସ୍ତ ହୋଇଥିବା ମମତା ବାନାର୍ଜୀଙ୍କ ଭବାନୀପୁର ପରାଜୟ ବଙ୍ଗର ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି।
