ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତେଲ କମ୍ପାନୀଗୁଡ଼ିକର ସୂଚନା ଅନୁଯାୟୀ, ଗୁରୁବାର ଠାରୁ ୧୯-କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ୬୨.୫୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ବିମାନ ଇନ୍ଧନ (ଏଟିଏଫ) ଦର ଲିଟର ପିଛା ୧୬ ଟଙ୍କା ବୃଦ୍ଧି କରାଯାଇଛି। ଅକ୍ଟୋବର ୧ ତାରିଖରୁ ଲାଗୁ ହୋଇଥିବା ଏହି ନୂତନ ଦର ସଂଶୋଧନ, ଆନ୍ତର୍ଜାତୀୟ ବଜାରରେ ମୂଲ୍ୟର ପରିବର୍ତ୍ତନ ଏବଂ ଟଙ୍କା-ଡଲାର ବିନିମୟ ହାରକୁ ଆଧାର କରି କରାଯାଇଛି।
ଜୁଲାଇରେ ୧୮୩.୫୦ ଟଙ୍କା ଏବଂ ଅଗଷ୍ଟରେ ୧୯୨ ଟଙ୍କା ହ୍ରାସ ପାଇବା ପରେ ସେପେ୍୍ଟମ୍ବର ମାସରେ ବାଣିଜ୍ୟିକ ଖଚଏ ମୂଲ୍ୟ ସିଲିଣ୍ଡର ପିଛା ୯.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ବିଶ୍ୱସ୍ତରୀୟ ଶକ୍ତି ଯୋଗାଣରେ ବାଧା ଏବଂ ଆନ୍ତର୍ଜାତୀୟ ବଜାରରେ ଉଚ୍ଚ ମୂଲ୍ୟ ଯୋଗୁଁ ଫେବୃଆରୀରୁ ଜୁନ୍ ମଧ୍ୟରେ ୧୯-କିଲୋଗ୍ରାମ ସିଲିଣ୍ଡର ପିଛା ଦର ୧,୭୪୦.୫୦ ଟଙ୍କାରୁ ବୃଦ୍ଧି ପାଇ ରେକର୍ଡ ସ୍ତର ୩,୧୧୩.୫୦ ଟଙ୍କାରେ ପହଞ୍ଚିଥିଲା। ଘରୋଇ ବିମାନ ସେବା ପାଇଁ ଏଲପିଜି ମୂଲ୍ୟ ଲିଟର ପିଛା ୧୨୧ ଟଙ୍କାରୁ ବୃଦ୍ଧି କରାଯାଇ ୧୩୭ ଟଙ୍କା କରାଯାଇଛି। ଏହା ପୂର୍ବରୁ ସେପ୍େଟମ୍ବରରେ ଲିଟର ପିଛା ୬.୨୮ ଟଙ୍କା ଏବଂ ଅଗଷ୍ଟରେ ୫ ଟଙ୍କା ବୃଦ୍ଧି କରାଯାଇଥିଲା। ବିମାନ କମ୍ପାନୀଗୁଡ଼ିକର ପରିଚାଳନାଗତ ଖର୍ଚ୍ଚର ୪୦ ପ୍ରତିଶତ ପର୍ଯ୍ୟନ୍ତ ଏଟିଏଫ ବାବଦରେ ଖର୍ଚ୍ଚ ହୋଇଥାଏ, ତେଣୁ ଇନ୍ଧନ ମୂଲ୍ୟ ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚର କାରଣ ହୋଇଥାଏ। ଏଟିଏଫ ଏବଂ ଏଲପିଜି ଦର ପ୍ରତି ମାସର ପ୍ରଥମ ଦିନରେ ସଂଶୋଧିତ ହୋଇଥାଏ ଏବଂ ଭାଟ ଭଳି ସ୍ଥାନୀୟ ଟିକସ ଯୋଗୁଁ ବିଭିନ୍ନ ରାଜ୍ୟରେ ଏହାର ମୂଲ୍ୟ ଭିନ୍ନ ହୋଇପାରେ। ୧୪.୨-କିଲୋଗ୍ରାମ ସିଲିଣ୍ଡର ପିଛା ଘରୋଇ ଏଲପିଜି ମୂଲ୍ୟ ୯୪୨ ଟଙ୍କାରେ ଅପରିବର୍ତ୍ତିତ ରହିଛି। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ମାର୍ଚ୍ଚରୁ ଜୁନ୍ ମଧ୍ୟରେ ଘରୋଇ ରୋଷେଇ ଗ୍ୟାସ୍ ଦର ସିଲିଣ୍ଡର ପିଛା ୮୯ ଟଙ୍କା ବୃଦ୍ଧି ପାଇଥିଲା। ମେ’ ମାସରେ ପେଟ୍ରୋଲ ଓ ଡିଜେଲ୍?ର ମୂଲ୍ୟ ଲିଟର ପିଛା ପ୍ରାୟ ୭.୫୦ ଟଙ୍କା ବୃଦ୍ଧି କରାଯିବା ପରେ ସେଗୁଡ଼ିକର ମୂଲ୍ୟ ମଧ୍ୟ ଅପରିବର୍ତ୍ତିତ ରହିଛି।
