ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଣ୍ଡିକଦ୍ରା ଗ୍ରାମ ରେ ଗତ କାଲି ହଟାତ୍ କାଳ ବୈଶାଖୀ ଆସି ଏକର ଏକର ମକ୍କା ଗଛ ନଷ୍ଟ ହେବା ସହ ବହୁ ଲୋକ ଟିଣ ଛପର ଉଡ଼ିଇ ନେଇଥିବା ଜଣାପଡ଼ିଛି। ଗତ କାଲି ସନ୍ଧ୍ୟା ସମୟରେ ଜୋର୍ ରେ ବର୍ଷା ପବନ ଆସିଥିଲା। ଯାହା ଫଳରେ ପବନ ବେଗ ଏତେ ଜୋର୍ ଥିଲା ଯେ ମକ୍କା ଗଛ ଗୁଡିକଶୋଇଯାଇଥିଲା।

ଏବଂ ବହୁ ଲୋକ ଙ୍କ ଘର ର ଟିଣ ଛପର ଉଡାଇ ଦେଇଥିଲା। ଧାର କରଜ କରି ଚାଷ କରିଥିବା ଚାଷୀ ମକ୍କା ଗଛ ଗୁଡିକ ନଷ୍ଟ ହେବା ଯୋଗୁ ଚାଷୀ ଏବେ ଚିନ୍ତା ରେ ରହିଥିବା ଜଣାଯାଇଛି।
