ପୁରୀ: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱର ପକ୍ଷ୍ୟରୁ ଶ୍ରୀ ଜଗନ୍ନାଥ ଙ୍କ ସଂସ୍କୃତି କୁ ଆଧାର କରି ପ୍ରତି ମାସର ପ୍ରଥମ ଦିନ ଅର୍ଥାତ୍ ୧ ତାରିଖ ଦିନ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ପରିବେଷଣ ହୋଇଛି କାର୍ଯ୍ୟକ୍ରମ “ଶ୍ରୀ ଜଗନ୍ନାଥାୟନ” ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ର,ପ୍ରୟାସ ଟିଭି ର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ କୁମାର ମିଶ୍ର,ଚକ୍ରଧର ମହାପାତ୍ର,ପ୍ରଫୁଲ୍ଲ କୁମାର ସାମନ୍ତରାୟ,ବିଜୟ କୁମାର ପଣ୍ଡା,ବିକ୍ରମ ସାହୁ, ଭରତ ନାୟକ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଏହାପରେ ନାଟକ ନିର୍ଦ୍ଦେଶକ ରାମକୃଷ୍ଣ ମହାପାତ୍ର ,ସଙ୍ଗୀତଜ୍ଞ ପ୍ରଦୀପ କୁମାର ବେହେରା ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।ପରେ ପୁରୀ ସ୍ମୃତି କଲ୍ଚରାଲ ଆସୋସେସନ୍ ଅନୁଷ୍ଠାନ ପକ୍ଷରୁ ନାଟକ “ଛପନ ଭୋଗରେ ଚଢ଼େଇ ନେଦା” ପରିବେଷଣ କରାଯାଇଥିଲା ।ଯାହାର ନିର୍ଦ୍ଦେଶନା ଦେଇଛନ୍ତି ରାମକୃଷ୍ଣ ମହାପାତ୍ର।ସମସ୍ତ କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ ।
