ବ୍ୟାଙ୍କକ୍: ମିଆଁମାରର ସେନା ଦ୍ୱାରା ଏକ ଶକ୍ତିଶାଳୀ ବିଦ୍ରୋହୀ ଗୋଷ୍ଠୀର ନିୟନ୍ତ୍ରଣାଧୀନ ଅଞ୍ଚଳର ଏକ ବଜାର ନିକଟରେ କରାଯାଇଥିବା ବାୟୁସେନା ଆକ୍ରମଣରେ ସୋମବାର ଦିନ ଅତିକମରେ ୪୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୮ ଜଣ ଆହତ ହୋଇଛନ୍ତି। ପଶ୍ଚିମ ରାଖାଇନ୍ ରାଜ୍ୟରେ ଘଟିଥିବା ଏହି ଆକ୍ରମଣ, ସାରା ଦେଶରେ ଗଣତନ୍ତ୍ର-ସମର୍ଥକ ପ୍ରତିରୋଧକାରୀ ଶକ୍ତି ଏବଂ ନୃ-ଗୋଷ୍ଠୀଗତ ସଶସ୍ତ୍ର ଗୋଷ୍ଠୀ ବିରୁଦ୍ଧରେ କରାଯାଇଥିବା ଧାରାବାହିକ ମାରାତ୍ମକ ବାୟୁସେନା ଆକ୍ରମଣ ମଧ୍ୟରୁ ଅନ୍ୟତମ। ୧ ଫେବୃଆରୀ ୨୦୨୧ରେ ସେନା ଦ୍ୱାରା ଅଙ୍ଗ୍ ସାନ ସୁ କିଙ୍କ ନିର୍ବାଚିତ ସରକାରଙ୍କଠାରୁ କ୍ଷମତା ଦଖଲ କରାଯିବା ପରଠାରୁ ମିଆଁମାରରେ ଅସ୍ଥିରତା ଲାଗି ରହିଛି ଏବଂ ଏହା ବ୍ୟାପକ ବିରୋଧର କାରଣ ପାଲଟିଛି। ସୁରକ୍ଷା ବାହିନୀ ଦ୍ୱାରା ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ମାରାତ୍ମକ ବଳ ପ୍ରୟୋଗ କରି ଦବାଇ ଦିଆଯିବା ପରେ, ସେନା ଶାସନର ଅନେକ ବିରୋଧୀ ଅସ୍ତ୍ର ଧାରଣ କରିଥିଲେ, ଯାହା ଫଳରେ ଦେଶର ବଡ଼ ଅଂଶ ସଂଘର୍ଷ ମଧ୍ୟକୁ ଠେଲି ହୋଇଯାଇଥିଲା। ରାଖାଇନ୍ରେ ଅବସ୍ଥିତ ଏବଂ କ୍ୟାଉକ୍ଟାଓ ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ଏକ ଶକ୍ତିଶାଳୀ ନୃ-ଗୋଷ୍ଠୀଗତ ସଶସ୍ତ୍ର ଗୋଷ୍ଠୀ “ଆରାକାନ୍ ଆର୍ମି’ ଅନୁଯାୟୀ, ସୋମବାରର ଏହି ଆକ୍ରମଣ ଦେଶର ଦ୍ୱିତୀୟ ବୃହତ୍ତମ ସହର ମଣ୍ଡାଲେର ପଶ୍ଚିମ ଦିଗରେ ପ୍ରାୟ ୩୪୦ କିଲୋମିଟର (୨୧୦ ମାଇଲ୍) ଦୂରରେ ଥିବା କ୍ୟାଉକ୍ଟାଓ ଟାଉନ୍ସିପ୍ରେ ଘଟିଥିଲା। ଏହି ଆକ୍ରମଣର ବିବରଣୀକୁ ସ୍ୱାଧୀନ ଭାବେ ନିଶ୍ଚିତ କରିବା ସମ୍ଭବ ନଥିଲା। ମଙ୍ଗଳବାର ସକାଳେ ଜାରି କରାଯାଇଥିବା ଏକ ବିବୃତ୍ତିରେ ଆରାକାନ୍ ଆର୍ମି କହିଛି ଯେ, ମଧ୍ୟାହ୍ନ ସମୟରେ ଏକ ଯୁଦ୍ଧ ବିମାନ ସ୍ଥାନୀୟ ବଜାର ନିକଟରେ ଦୁଇଟି ବୋମା ପକାଇଥିଲା, ଯାହା ଫଳରେ ବିକ୍ରେତା, ଗ୍ରାହକ ଏବଂ ପଥଚାରୀଙ୍କ ମୃତ୍ୟୁ ଘଟିଥିଲା। ଗୋଷ୍ଠୀଟି କହିଛି ଯେ ଅନ୍ୟ ୫୮ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅ “ଆରାକାନ୍ ଆର୍ମି’ ହେଉଛି ଏକ ସୁ-ପ୍ରଶିକ୍ଷିତ ଓ ସୁ-ସଜ୍ଜିତ ସାମରିକ ଗୋଷ୍ଠୀ, ଯାହା ମିଆଁମାରର କେନ୍ଦ୍ରୀୟ ସରକାରଙ୍କଠାରୁ ରାଖାଇନ୍ର ଜାତିଗତ ସଂଖ୍ୟାଲଘୁ ଗୋଷ୍ଠୀ ପାଇଁ ସ୍ୱାୟତ୍ତତା ହାସଲ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ଏକ ଆନ୍ଦୋଳନର ଅଂଶବିଶେଷ। ଏହା ନଭେମ୍ବର ୨୦୨୩ରେ ରାଖାଇନ୍ରେ ଏକ ଆକ୍ରମଣ ଆରମ୍ଭ କରିଥିଲା ଏବଂ ସେବେଠାରୁ ଏକ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସାମରିକ ମୁଖ୍ୟାଳୟ ତଥା ରାଜ୍ୟର ୧୭ଟି ଟାଉନ୍ସିପ୍ ମଧ୍ୟରୁ ୧୪ଟିକୁ ନିଜ ଅକ୍ତିଆରକୁ ନେଇସାରିଛି। ରାଖାଇନ୍ରେ ସଂଘର୍ଷ ତୀବ୍ର ହେବା ପରଠାରୁ ସେନା ପକ୍ଷରୁ ବାଣିଜ୍ୟିକ ମାର୍ଗଗୁଡ଼ିକ ଉପରେ କଠୋର କଟକଣା ଲଗାଯାଇଛି, ଯାହା ଫଳରେ ଖାଦ୍ୟ ସଙ୍କଟ ଆହୁରି ଗମ୍ଭୀର ହୋଇପଡ଼ିଛି। ଡିସେମ୍ବର ମାସରେ ରାଖାଇନ୍ର “ମ୍ରାଉକ୍-ୟୁ’ ଟାଉନ୍ସିପ୍ରେ ଥିବା ଏକ ଡାକ୍ତରଖାନା ଉପରେ ସେନାର ବାୟୁ ଆକ୍ରମଣ ଫଳରେ ଅତିକମରେ ୩୪ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୮୦ ଜଣ ଆହତ ହୋଇଥିଲେ।
