ଫୁଲବାଣୀ: ଟିକାବାଲି ଛତିଝାର ରାସ୍ତାରେ ଏକ କାର ସର୍ଟ ସର୍କିଟ ହେବା ଯୋଗୁଁ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଗଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ୍ୟ କାର ଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। କାରଟି ବିଶାଖା ପାଟଣା ରୂ ଅନୁଗୁଳ ଯାଉଥିଲା। କେହି ମୃତାହତ ହୋଇ ନଥିବା ଜଣା ପଡିଛି। ଜଳନ୍ତା କାରକୁ ଦେଖି କିଛି ସମୟ ବ୍ରହ୍ମପୁର ଫୁଲବାଣୀ ଏନ ଏଚ ରେ ଏକ ଘଣ୍ଟା ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା । ଟିକାବାଲି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଚଳନ୍ତା କାର ଭିତରେ ଚାଳକ କିମ୍ବା ଅନ୍ୟ କେହି ଥିଲେ କି ନାହିଁ କିମ୍ବା କେଉଁ କାରଣ ରୁ ଏହି ଘଟଣା ଘଟିଲା ପୋଲିସ୍ ତଦନ୍ତ ଜାରି ରଖିଛି।ପୂର୍ବରୁ ମଧ୍ୟ ଏଭଳି ଅଭାବନୀୟ ଘଟଣା ଡୁଙ୍ଗି ମନ୍ଦିର ନିକଟରେ ଘଟିଥିଲା କାର୍ ଓ ବୁଲେଟ୍ ମୁହାଁ ମୁହିଁ ହେବା ଫଳରେ ଗୋଟିଏ କାର୍ ଏବଂ ବୁଲେଟ୍ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଥିଲା।
