ପୁରୀ: ବିଷାକ୍ତ ନାଗ ସାପ ସହ ରିଲ୍ସ,ପଡ଼ିଲା ମହଙ୍ଗା ।ଚାଲିଗଲା ବହୁମୂଲ୍ୟ ଜୀବନ ।ପୂର୍ବରୁ ଅନେକ ଥର ସାପ କାମୁଡ଼ା ର ଶିକାର ହୋଇଥିଲେ ବି ଚେତିଲେନି ପୁରୀ କଣ୍ଠପୁରର ତପନ କୁମାର ପ୍ରଧାନ। ୍ୱନ ବିଭାଗର ଦାୟିତ୍ୱହୀନତା କୁ ନେଇ ପ୍ରଶ୍ନ ।ପୂର୍ବରୁ ସାପ ଧରାଳି ସାଗର ପଣ୍ଡା ଓ ଏବେ ତପନର ମୃତ୍ୟୁ ପରେ କେବେ ଲାଗିବ ବନ୍ୟ ଜନ୍ତୁଙ୍କ ସହ ଦୁଃସାହସିକ ରିଲ୍ସ୍ ଉପରେ ରୋକ୍ । ବିଷାକ୍ତ ସାପ ସହ ଦୁଃସାହସିକ ରିଲ୍ସ କରି ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ ।ପ୍ରଥମେ ସାପ ଧରାଳି ସାଗର ପଣ୍ଡା ଆଉ ଏବେ ତପନ କୁମାର ପ୍ରଧାନଙ୍କ ଜୀବନ ଯିବା ପରେ ବନବିଭାଗର ଦାୟିତ୍ୱ ହୀନତା କୁ ନେଇ ପ୍ରଶ୍ନ ।କେବେ ଲାଗିବ ବନ୍ୟଜନ୍ତୁଙ୍କ ସହ ଦୁଃସାହସିକ ରିଲସ୍ ଉପରେ ରୋକ୍ ।ବିଷାକ୍ତ ନାଗ ସାପ ସହ ରିଲସ କରୁଥିବା ବେଳେ ଚାଲିଯାଇଛି ଆଉ ଗୋଟିଏ ଜୀବନ ।ମହଙ୍ଗା ପଡିଛି,ନାଗ ସାପ ସହ ରିଲ୍ସ କରିବା। ନାଗସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ ଚୋଟରେ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଛି। ପୁରୀ ହସ୍ପିଟାଲରେ ତପନକୁ ଡାକ୍ତର ମୃତ ଘୋଷଣା କରିଛନ୍ତି।ସଦର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୃତ ଶରୀରର ଶବ ବ୍ୟବଛେଦ କରାଯାଇଛି। ତେବେ ତପନ ପୁରୀ ସଦର ଓ ବ୍ରହ୍ମଗିରିର ଅଞ୍ଚଳରେ ସାପ ଉଦ୍ଧାର କରିବା ସହ ନିଜ ଗୁଜୁରାଣ ମେଣ୍ଟାଉଥିଲେ। ଗତ ଶୁକ୍ରବାର ଅପରାହ୍ନରେ ତପନ ଗାଁ କ୍ଲବ୍ ଘର ବାରଣ୍ଡାରେ ଏକ ନାଗ ସାପକୁ ଧରି ରିଲ୍ସ କରୁଥିଲେ। ସେହି ସମୟରେ ତପନଙ୍କ ହାତର ଆଙ୍ଗୁଠି, କହୁଣୀ ଓ ବାହୁକୁ ସାପଟି ଚୋଟ ମାରିଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତେବେ ଗୋଟିଏ ପଟରେ ବିଷାକ୍ତ ସାପ ଠାରୁ ବାରମ୍ବାର ଚୋଟ ପାଇବା ପରେ ମଧ୍ୟ ନ ଚେତିବା ,ଅନ୍ୟପଟରେ ଚିକିତ୍ସା ପୂରଣ ନକରିବା ତପନ ଙ୍କୁ ମହଙ୍ଗା ପଡ଼ିଥିବା ବେଳେ ରିଲ୍ସ ନିଶାରେ ଥିବା ସାପ ଧରାଳି ଙ୍କ ପାଇଁ ଏକ ଶିକ୍ଷା ହୋଇଛି। ସେପଟେ ସୋସିଆଲ ମିଡିଆରେ ଏଇଭଳି ମାଳମାଳ ରିଲ୍ସ ଘୁରି ବୁଲୁଥିବା ବେଳେ ,ବନ ବିଭାଗ ର ଦାୟିତ୍ୱ ହୀନତା ଉପରେ ପ୍ରଶ୍ନ ଉଠିଛି।ଏଭଳି ରିଲ୍ସ ନିଶାରେ ସାପ ଧରାଳି ମାନେ ଟଙ୍କା ଅର୍ଜନ କରୁଥିବାରୁ ଏମାନଙ୍କୁ ଦେଖି ଅନ୍ୟମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି ।ଯାହାଫଳରେ ଏକାଧିକ ଦୁର୍ଘଟଣା ଘଟୁଛି ।ଆଉ ଚାଲି ଯାଉଛି ନୀରିହ ଜୀବନ । ଗୋଟିଏ ପଟରେ ସାପ ଧରାଳି ମାନେ ସମାଜ ସେବା କରୁଥିବା ବେଳେ ମଧ୍ୟ ଜୀବନ ଚାଲିଗଲେ ବି ପରିବାର ପ୍ରତି କେହି ବି ସହାୟ ହେଉ ନାହାନ୍ତି ।ତେଣୁ ସେବା ସହ ସଚେତନ ଓ ସତର୍କତା ହିଁ ଆବଶ୍ୟକ ବୋଲି କହିଛନ୍ତି ବୁଦ୍ଧିଜୀବୀ ।ପୁର୍ବରୁ କୈଳାସ ନାମକ ସାପ ଧରାଳି ଅନେକ ସମୟରେ ଦୁଃସାହସିକ ରିଲସ୍ କରି,ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସମାଜକୁ ନକାରାତ୍ମକ ବାର୍ତ୍ତା ଯାଇଛି ।ଗତ ବର୍ଷ ସାଗର ପଣ୍ଡାଙ୍କର ମଧ୍ଯ ସାପ ଚୋଟ ରେ ମୃତ୍ୟୁ ହୋଇଛି ।ଆଉ କେତେ ଦୁର୍ଘଟଣା ପରେ ଚେତିବ ବନ ବିଭାଗ ତାକୁ ନେଇ ଏବେ ପ୍ରଶ୍ନ ।ଏମିତି ଜଣଙ୍କ ପରେ ଜଣେ ସାପ ଧରାଳି ଙ୍କ ଜୀବନ ଅକାଳରେ ଚାଲିଗଲେ ଆଗକୁ ବନ ବିଭାଗ ହିଁ ଗାଁ ସାରା ବୁଲି ବୁଲି ସାପ ଧରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।
