ଫୁଲବାଣୀ : ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ ଓଡ଼ିଶା ଙ୍କର ନିର୍ଦ୍ଦେଶ ରେ ରାଜ୍ୟର ସମସ୍ତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଓ ଆର୍ôଥକ ସୁବିଧା ପ୍ରଦାନ ନିମନ୍ତେ ଉତ୍କଳ ସାମ୍ବାଦିକ ସଂଘ ଓଡ଼ିଶା ସହ ଅନୁବନ୍ଧିତ କନ୍ଧମାଳ ଜିଲ୍ଲାର ସାମ୍ବାଦିକ ସଂଘ ସଭାପତି ସନ୍ତୋଷ କୁମାର ଦାସ ଙ୍କ ନେତୃତ୍ୱରେ ଆଜି ତା ୨୯/୪/୨୦୨୬ ରିଖ ଦିନ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଶତାଧିକ ସାମ୍ବାଦିକ ମାନେ ପ୍ରଥମେ ଏକ ଶୋଭା ଯାତ୍ରା ରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା କୁ ନେଇ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବୀ ସମ୍ମିଳିତ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ କୁ ପ୍ରଦାନ କରାଯାଇଛି। ଉକ୍ତ ଦାବି ପତ୍ରରେ ଅଧିସ୍ୱୀକୃତି କମିଟି ପୁର୍ନଗଠନ ସହିତ ପ୍ରଚଳିତ ଆଇନରେ ସଂଶୋଧନ ପୂର୍ବକ ଜିଲ୍ଲା ଓ ରାଜ୍ୟରେ ଯୋଗ୍ୟ ସାମ୍ବାଦିକ ମାନଙ୍କୁ ବ୍ୟାପକ ଭାବେ ମାନ୍ୟତା ପ୍ରଦାନ କରାଯାଉ। କ୍ରମାଗତ ଭାବେ ସାମ୍ବାଦିକ ମାନଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣ କୁ ଦୃଷ୍ଟି ରେ ରଖି ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରାଯାଉ। ୬୦ ବର୍ଷ ରୁ ଅଧିକ ବୟସ୍କ ସାମ୍ବାଦିକ ମାନଙ୍କ ପାଇଁ ମାସିକ ୧୫୦୦୦ ଟଙ୍କାର ପେନସନ ବ୍ୟବସ୍ଥା କରାଯାଉ। ଓଡ଼ିଶା ପ୍ରେସ ଏକାଡେମୀ ଗଠନ ପୂର୍ବକ ଭୁବନେଶ୍ୱର ରେ ଭବନ ନିର୍ମାଣ କରି ବୃତ୍ତିଗତ କାର୍ଯ୍ୟରେ ରାଜଧାନୀ ଆସୁଥିବା ସାମ୍ବାଦିକ ମାନଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ରହଣି ସୁବିଧା କରାଯାଉ। ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ପରିଧିରେ ଅବସର ପ୍ରାପ୍ତ ସାମ୍ବାଦିକ ହିତାଧିକାରୀ ଙ୍କ ମାତା ପିତା ଙ୍କୁ ଓ ୨୫ ବର୍ଷ ରୁ ଉର୍ଦ୍ଧ୍ୱ ସନ୍ତାନ ମାନଙ୍କୁ ସାମିଲ କରାଯାଉ। ସାମ୍ବାଦିକ ମାନଙ୍କ ର ଏହି ନ୍ୟାର୍ଯ୍ୟ ଦାବି ଗୁଡିକ ଦାବି ପତ୍ରରେ ଉଲ୍ଲେଖିତ ରହିଛି। ତତ୍ ସହିତ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କାର୍ଯ୍ୟ ରତ ସାମ୍ବାଦିକ ମାନଙ୍କ ଙ୍କର ଆର୍ôଥକ ସ୍ଥିତି ଏବଂ ସାମାଜିକ ସ୍ଥିତି ଅପେକ୍ଷାକୃତ ଦୁର୍ବଳ। ଉତ୍ତର ପ୍ରଦେଶ,ବିହାର,ଆସାମ, ହରିଆଣା ଆନ୍ଦ୍ରପ୍ରଦେଶ,ତେଲେଙ୍ଗାନା ,ଅରୁଣାଚଳ ପ୍ରଦେଶ ସମେତ ରାଜ୍ୟ ଗୁଡ଼ିକରେ ହଜାର ହଜାର ସାମ୍ବାଦିକ ଅଛନ୍ତି ସେହି ରାଜ୍ୟ ଗୁଡ଼ିକରେ ସାମ୍ବାଦିକ ମାନଙ୍କୁ ଅଧିସ୍ୱୀକୃତି ପ୍ରଦାନ କରାଯାଇଛି ।

ଆମ ଓଡ଼ିଶା ରାଜ୍ୟରେ ସଂଖ୍ୟା ୨୦୦ ମଧ୍ୟରେ ସୀମିତ ରହିଛି ହେଲେ ମଧ୍ୟ ଅଧିସ୍ୱୀକୃତି ସରକାର ପ୍ରଦାନ କରୁ ନାହାନ୍ତି। ଦେଶର ୨୦ ରୁ ଅଧିକ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ୧୦ ହଜାର ଟଙ୍କା ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପ୍ରଦାନ,ରିହାତି ମୂଲ୍ୟରେ ପରିବହନ ସୁବିଧା,ସାମ୍ବାଦିକ ସୁରକ୍ଷା ଆଇନ୍ ମାଧ୍ୟମରେ ବୃତ୍ତିଗତ ଅଭୟତା ଭଳି ନାନାଦି ଆର୍ôଥକ ଓ ସାମାଜିକ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି। ମାତ୍ର ଆମ ଓଡ଼ିଶା ସରକାର ସାମ୍ବାଦିକ ମାନଙ୍କ ପାଇଁ କିଛି ସୀମିତ ଯୋଜନା କରିଛନ୍ତି। ସେହି ଯୋଜନାରୁ ସାମ୍ବାଦିକ ମାନେ ମୌଳିକ ସୁବିଧା ରୁ ବଞ୍ଚିତ ହୋଇଛନ୍ତି। ଏହି ଯୋଜନା ଗୁଡିକରୁ ଅନୁଧ୍ୟାନ କରାଯାଉଛି ଆମ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସମସ୍ୟା ପ୍ରତି ତତ୍ପରତା ପ୍ରକାଶ କରୁ ନାହାନ୍ତି। ପୂର୍ବ ସରକାର ଙ୍କ ସମୟରେ ମଧ୍ୟ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନିରନ୍ତର ଧାରଣା,ପ୍ରତିବାଦ, ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପ୍ରକାଶ ଯୋଗ୍ୟ ୨୦୨୪ ଫେବୃୟାରୀ ମାସରେ ବିଧାନ ସଭା ସମ୍ମୁଖରେ ପୂର୍ବ ସରକାର ବିରୋଧରେ ଏକ ବିଶାଳ ବିକ୍ଷୋଭ ଓ ସମାବେଶ ଅନୁଷ୍ଠିତ ହୋଇଥିଲା। ସେହି ସମାବେଶ ସମୟ ରେ ବର୍ତ୍ତମାନ ର ଓଡ଼ିଶା ମୁଖ୍ୟମନ୍ତ୍ରୀ ସେହି ସମୟରେ ବିରୋଧୀ ଦଳ ର ମୁଖ୍ୟ ଛାଟିଆ ଭାବେ ମୋହନ ଚରଣ ମାଝୀ ଅନ୍ୟ ପାଞ୍ଚଜଣ ସହଯୋଗୀ ବିଧାୟକଙ୍କ ସହ ବିକ୍ଷୋଭ ସ୍ଥଳରେ ପହଞ୍ଚି ସମବେତ ତିନି ହଜାରରୁ ଊର୍ଦ୍ଧ୍ୱ ସାମ୍ବାଦିକଙ୍କୁ ଉଦବୋଧନ ମାଧ୍ୟମରେ ଆଶ୍ୱାସ୍ୱନା ଦେଇ କହିଥିଲେ ଯେ ଆମେ ସରକାର କୁ ଆସିଲେ ୬ ମାସ ମଧ୍ୟରେ ସାମ୍ବାଦିକ ମାନଙ୍କ ଙ୍କର ନ୍ୟାର୍ୟ୍ଯ ଦାବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସରକାର ଙ୍କୁ ଆସି ୨ ବର୍ଷ ହେବାକୁ ଯାଉଛି ହେଲେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନ ଥିବା ପରିତାପ ର ବିଷୟ । ବିଧାନ ସଭାରେ ସାମ୍ବାଦିକ ମାନଙ୍କ ପାଇଁ ସରକାର ଙ୍କ ନୈରାଶ୍ୟ ସୂଚକ ଉତ୍ତର ସାମ୍ବାଦିକ ମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ସୃଷ୍ଟି କରିଛି ବୋଲି ସଙ୍ଘ ପକ୍ଷରୁ କ୍ଷୋଭ ପ୍ରକାଶ କରି ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦାବୀ ପତ୍ର ରେ ଉଲ୍ଲେଖ କରାଯାଇଛି। ଦାବୀ ପତ୍ର ପ୍ରଦାନ ସମୟରେ ଉତ୍କଳ ସାମ୍ବାଦିକ ସଂଘ ର ସାମ୍ବାଦିକ ସୁଭାଷ ଚନ୍ଦ୍ର ମହାରଣା,ଶି୍ୱ ପ୍ରସାଦ ତ୍ରିପାଠୀ,ପ୍ରତାପ ଚନ୍ଦ୍ର ଦିଗାଲ, ଫିଲ ମୋହନ ନାୟକ,ବୈଦ୍ୟନାଥ ନାୟକ,ପାର୍ଥ ସାରଥୀ ବିଶ୍ୱାଳ,ବଳଦେବ ବେହେରା ,ପବିତ୍ର ଦିଗାଲ, ସମୀର କୁମାର ସାହୁ,ମନୋରଞ୍ଜନ ରାୟ,ସନ୍ଦୀପ କୁମାର ନାୟକ,ହେମନ୍ତ ମୁଖୀ,କୃଷ୍ଣ ଚନ୍ଦ୍ର ଦିଗାଲ,ସୁବାସ ଚନ୍ଦ୍ର ପ୍ରଧାନ,ସଞ୍ଜୀବ ଦିଗାଲ,ଲକ୍ଷ୍ମୀ ନାରାୟଣ ମଲ୍ଲିକ,ଭାଗିରଥୀ ନାଥ, ସୁବାଷ ଚନ୍ଦ୍ର ପ୍ରଧାନ,ପ୍ରତାପ କୁମାର ପ୍ରଧାନ,ବସନ୍ତ କୁମାର ବେହେରା,ପ୍ରମୁଖ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ।
