ଲକ୍ଷ୍ନୌ: ଶନିବାର ଦିନ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଗତ ୪୮ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ବର୍ଷାଜନିତ ଘଟଣାରେ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରବଳ ବର୍ଷା ଯୋଗୁଁ ୧୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଉତ୍ତର ପ୍ରଦେଶର ୬୩ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ହଠାତ୍ ବନ୍ୟା ପରି ସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବର୍ଷା ପରିମାଣର ୧୯ ଗୁଣ ଅଧିକ ବର୍ଷା ହୋଇଛି, ଯାହା ଗ୍ରାମାଞ୍ଚଳରେ ଫସଲର ବ୍ୟାପକ କ୍ଷତି ଘଟାଇବା ସହ ଚାରିଟି ପଶୁଙ୍କ ମୃତ୍ୟୁର କାରଣ ସାଜିଛି। ରାଜ୍ୟର ରାଜଧାନୀ ଲକ୍ଷ୍ନୌରେ ଆଜି ସକାଳ ସୁଦ୍ଧା ୧୨୫.୮ ମିମି ବର୍ଷା ରେକର୍ଡ କରାଯାଇଛି।

ଫରୁଖାବାଦ ଏବଂ କାନପୁର ନଗରରେ ସ୍ଥିତି ଅତ୍ୟନ୍ତ ଗୁରୁତର ରହିଛି, କାରଣ ସେଠାରେ ଯଥାକ୍ରମେ ସ୍ୱାଭାବିକ ବର୍ଷା ପରିମାଣର ୨୦୦ ଏବଂ ୧୬୦ ଗୁଣ ଅଧିକ ବର୍ଷା ହୋଇଛି। ଏଥିସହିତ କନ୍ନୌଜ, କାନପୁର ଦେହାତ ଏବଂ ହରଦୋଇରେ ସ୍ୱାଭାବିକ ବର୍ଷା ପରିମାଣର ୧୩୦ ଗୁଣ ଅଧିକ ବର୍ଷା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ରବିବାର ଦିନ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଏବଂ ବଜ୍ରପାତ ସହ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ଏହାକୁ ଲାଗି ରହିଥିବା ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟ “ଡିପ୍ରେସନ୍’ (ନିମ୍ନ ଚାପ କ୍ଷେତ୍ର) ଯୋଗୁଁ ଏହି ପ୍ରବଳ ବର୍ଷା ହେଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ନିମ୍ନ ଚାପ କ୍ଷେତ୍ରଟି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ-ପୂର୍ବ ଉତ୍ତର ପ୍ରଦେଶ ଆଡ଼କୁ ଗତି କରୁଛି ଏବଂ ଆଜି ସକାଳେ ଏହା ପ୍ରୟାଗରାଜର ଦକ୍ଷିଣରେ ପ୍ରାୟ ୨୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା। ସେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏବଂ ଘର ଭୁଶୁଡ଼ି ପଡ଼ିବା ଯୋଗୁଁ ବାସହୀନ ହୋଇଥିବା ଲୋକମାନଙ୍କୁ ବନ୍ୟା ରିଲିଫ୍ ଏବଂ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଅଧିକାରୀମାନଙ୍କୁ କ୍ଷେତ୍ରରେ ରହିବା, ପ୍ରଭାବିତ ପରିବାର ସହିତ ଯୋଗାଯୋଗ କରିବା ଏବଂ ବିଳମ୍ବ ନକରି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ନିଶ୍ଚିତ କରିବାକୁ କହିଛନ୍ତି, ତାଙ୍କ କାର୍ଯ୍ୟାଳୟ କହିଛି।
