ଇସଲାମାବାଦ: ପୋଲିସ ଏବଂ ଉଦ୍ଧାରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ଦିନ ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ରାସ୍ତାକଡ଼ ପୋଲିସ ଯାଞ୍ଚ କେନ୍ଦ୍ର ନିକଟରେ ଜଣେ ଆତ୍ମଘାତୀ ବୋମା ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିକୁ ବିସ୍ଫୋରଣ ଘଟାଇଥିଲା। ଏଥିରେ ଅତିକମରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ପ୍ରାଦେଶିକ ଜରୁରୀକାଳୀନ ସେବାର ମୁଖପାତ୍ର ବିଲାଲ ଫୈଜି କହିଛନ୍ତି ଯେ, ଖୈବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାରେ ଏହି ଆକ୍ରମଣ ହୋଇଥିଲା। ପୋଲିସ କହିଛି ଯେ ମୃତାହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଉଛି ଏବଂ ଆହତଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ରହିଛି। ପାକିସ୍ତାନୀ ତାଲିବାନ, ଯାହା “ତେହରିକ୍-ଏ-ତାଲିବାନ ପାକିସ୍ତାନ’ (ଟିଟିପି) ଭାବରେ ମଧ୍ୟ ଜଣାଶୁଣା, ଏକ ବିବୃତ୍ତି ମାଧ୍ୟମରେ ଏହି ଆକ୍ରମଣର ଦାୟିତ୍ୱ ଗ୍ରହଣ କରିଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ପାକିସ୍ତାନରେ ଉଗ୍ରବାଦୀ ଆକ୍ରମଣ ବୃଦ୍ଧି ପାଇଛି। ଏଥିମଧ୍ୟରୁ ଅନେକ ଆକ୍ରମଣର ଦାୟିତ୍ୱ ଟିଟିପି ଏବଂ ନିଷିଦ୍ଧ ଘୋଷିତ “ବଲୁଚ୍ ଲିବରେସନ୍ ଆର୍ମି’ (ବିଏଲଏ) ଗ୍ରହଣ କରିଛନ୍ତି।

ଏହି ସଂଗଠନ ହେଉଛି ଏକ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ, ଯାହା ମୁଖ୍ୟତଃ ପଡ଼ୋଶୀ ବଲୁଚିସ୍ତାନ ପ୍ରଦେଶରେ ସକ୍ରିୟ ରହିଛି। ଟିଟିପି ହେଉଛି ଆଫଗାନ ତାଲିବାନଠାରୁ ଏକ ଭିନ୍ନ ଗୋଷ୍ଠୀ, ଯଦିଓ ଉଭୟଙ୍କ ମଧ୍ୟରେ ମେଣ୍ଟ ରହିଛି। ୨୦୨୧ ମସିହାରେ ଆଫଗାନ ତାଲିବାନ ପୁନର୍ବାର ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିଲା। ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଅପ୍ରମାଣିତ ଭିଡିଓଗୁଡ଼ିକରେ ସନ୍ଦିଗ୍ଧ ବିସ୍ଫୋରଣ ସ୍ଥାନରୁ ଧୂସର ରଙ୍ଗର ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ଯାଞ୍ଚ କରା ପୋଲିସ କହିଛି ଯେ ସୁରକ୍ଷା ବାହିନୀଠାରୁ ବର୍ତ୍ତିବା ପାଇଁ ଆତଙ୍କବାଦୀମାନେ ଏକ ମସଜିଦକୁ ଢାଲ ଭାବରେ ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ, ଯାହା ଫଳରେ ସୁରକ୍ଷାକର୍ମୀମାନଙ୍କୁ ଅତ୍ୟନ୍ତ ସତର୍କତାର ସହ ଏହି ଅଭିଯାନ ଚଳାଇବାକୁ ପଡ଼ିଥିଲା। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଖୈବର ପଖତୁନଖ୍ୱା ଅଞ୍ଚଳରେ ବାରମ୍ବାର ଅଶାନ୍ତି ଦେଖିବାକୁ ମିଳିଛି; ଆତଙ୍କବାଦୀ ହିଂସା, ଆଫଗାନିସ୍ତାନରୁ ଲଢୁଆଙ୍କ ସୀମାପାର୍ ଚଳାଚଳ ଏବଂ ବାରମ୍ବାର ସାମରିକ ଅଭିଯାନ ଆଦି ଘଟଣା ଏହି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
