ଫୁଲବାଣୀ: ଭାରତୀୟ ଜନତା ପାର୍ଟି ଓ ତାର ସହଯୋଗୀ ମାନଙ୍କ ଦ୍ୱାରା ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ କୁ ସାଂସଦ ରେ ବିରୋଧୀ ଜାତୀୟ କଂଗ୍ରେସ ,ସମାଜବାଦୀ ପାର୍ଟି,ଟି ଏମ୍ ସି,ଏବଂ ଡିଏମ୍ କେ ଙ୍କ ବିରୋଧୀ ଯୋଗୁଁ ସାଂସଦ ରେ ପାରିତ ନ ହୋଇ ନାକଚ ହୋଇଥିବା ଯୋଗୁଁ ତାର ପ୍ରତିବାଦ ରେ ଭାରତୀୟ ଜନତା ପାର୍ଟି ନାରୀ ନେତ୍ରୀ ମାନଙ୍କ ଦ୍ୱାରା ସାରା ଭାରତ ବର୍ଷରେ ବିକ୍ଷୋଭ କରାଯାଇ ବିରୋଧୀ ଙ୍କ ର କୁଶ ପୁତ୍ତଳିକା ଦାହ କରାଯାଇଥିଲା ବେଳେ କନ୍ଧମାଳ ଜିଲ୍ଲା ଶାଖା ଭାରତୀୟ ଜନତା ପାର୍ଟି ପକ୍ଷରୁ ନାରୀ ନେତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା କଳ୍ପନା କହଁର ଙ୍କ ନେତୃତ୍ୱ ରେ ଏକ ବିକ୍ଷୋଭ ରାଲି ଜନ ଆକ୍ରୋଶ ମହିଳା ସମାବେଶ ସଭାଯତ୍ରା ଫୁଲବାଣୀ ସର୍କିଟ ହାଉସ ଠାରୁ ବାହାରି କଂଗ୍ରେସ ବିରୋଧୀ ସ୍ଲୋଗାନ ଦେଇ ସହର ପରିକ୍ରମା ରାଲି ଶୋଭାଯାତ୍ରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମହିଳା ନାରୀ ନେତ୍ରୀ ମାନେ ମହିଳା ସଂରକ୍ଷଣ ବିଲ୍ କୁ ଭାରତୀୟ ଜାତୀୟ କଂଗ୍ରେସ ଓ ଅନ୍ୟ ବିରୋଧୀ ରାଜନୈତିକ ଦଳ ମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ସାଂସଦ ରେ ବିରୋଧ କରିବା ଯୋଗୁଁ ବିଲ୍ ସାଂସଦ ରେ ପାରିତ ହୋଇ ପାରି ନଥିଲା । ଯାହା ଫଳରେ ମହିଳା ମାନଙ୍କ ସୁରକ୍ଷା ଏବଂ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଭାରତୀୟ ଜନତା ପାର୍ଟି ନାରୀନେତ୍ରୀ ମାନେ ଘୋର ନିନ୍ଦା କରିବା ସହ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପର ମୁହୂର୍ତ୍ତ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ନବୀନ ପଟ୍ଟନାୟକ ଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏହି ବିକ୍ଷୋଭ ଶଭାଯାତ୍ରା ସମୟରେ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ,ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ,ଏସ୍ ଡି ସି ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ,ଜିଲ୍ଲା ସଭାପତି ପଣ୍ଡିତ ବିଶ୍ ମାଝୀ ,ଜିଲ୍ଲା ପ୍ରଭାରୀ ପୃଥିବୀ ରାଜ୍ ମହାପାତ୍ର,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭଗବାନ୍ ମହାନ୍ତି,ରଶ୍ମିମୟୀ ପଟ୍ଟନାୟକ,ରାଇକିଆ ବ୍ଲକ ଚେୟାରମେନ , ଅଜୟନ୍ତୀ ପ୍ରଧାନ ପୂର୍ବତନ ଜି.ଉଦୟ ଗିରି ବିଧାୟକ,ଜିଲ୍ଲା ପରିଷଦ ସଭ୍ୟ ଉର୍ବଶୀ ଦିଗାଲ,ରଞ୍ଚନା ନାୟକ,ସୁସ୍ମିତା ଜେନା ମଙ୍ଗମ ମେମ୍ୱର୍ , ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜିତ ମଣ୍ଡଳ,ସୁକାନ୍ତ ସାହୁ, ଜିଲ୍ଲା ସାଂସଦ ପ୍ରତିନିଧି ତଥା ଫୁଲବାଣୀ ନଗର ମଣ୍ଡଳ ପ୍ରଭାରୀ ଅଜିତ୍ ପଟ୍ଟନାୟକ, ନଗର ମଣ୍ଡଳ ସଭାପତି ଜଗନ୍ନାଥ ସାହୁ,ଜିଲ୍ଲାର ବିଭିନ୍ନ ମଣ୍ଡଳ ସଭାପତି , ଦଳୀୟ କର୍ମକର୍ତ୍ତା ଓ କର୍ମୀ ଯୋଦେଇଥିଲେ।
