ଫୁଲବାଣୀ: ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଅଗ୍ନାଗ୍ନୀ ବନସ୍ଥ ଘେରା ବ୍ରାହ୍ମଣୀ ଗାଁର ବନାଞ୍ଚଳରେ ତିନୋଟି ହାତୀ ଦୃଶ୍ୟ ମାନ ହୋଇଛି। ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତ ଛ ମାସ ତଳେ ଜି ଉଦୟଗିରି ରେ ତିନିଜଣ ଙ୍କୁ ହାତୀ ଦଳି ଚକଟି ମାରି ଥିଲା ।ରାଇକିଆ ବ୍ଲକରେ ଦୁଇ ଜଣ ଙ୍କୁ ହାତୀ ମାରିଥିଲା । ଜିଲ୍ଲାରେ ସର୍ବମୋଟ ହାତୀ ଆକ୍ରମଣ ରେ ୫ ଜଣ ମରିଛନ୍ତି। ଏବେ ବି କଳିଙ୍ଗିଆ ଓ ନନ୍ଦଗିରିରେ ହାତୀବୁଲୁଛି। ଏସବୁ ଅଞ୍ଚଳ ହାତୀ କରିଡୋର ହେଲାଣି।ବ୍ରାହ୍ମଣୀ ଗାଁ ଜଙ୍ଗଲକୁ କେତେ ହାତୀ ଆସିଛନ୍ତି ଓ ଏମାନଂକର ଦିଶା କୁଆଡେ ତାହା ଜଙ୍ଗଲ ବିଭାଗ ଅନୁଧ୍ୟାନ କରୁଛନ୍ତି ବୋଲି ଏ ସି ଏଫ୍ ସ୍ୱେତ ଲୀନା ସାହୁ କହିଛନ୍ତି।ହାତୀ ମାନେ ପଦର ରେ ଥିବା କୁଡ଼ିଆ ଘର କୁ ଭାଙ୍ଗି ନଦୀ ବାଟ ଦେଇ ବୁର୍ମୁଣ୍ଡି ପାହାଡ଼ ଦେଇ ଝାର୍ବୁଇଡା ପାହାଡ଼ ଆଡେ ମୁହାଇ ଛନ୍ତି ବୋଲି ରେଞ୍ଜର କହିଛନ୍ତି। ହାତୀର ଚଳ ପ୍ରଚଳ ଖବର ଡ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।
