ଅହମଦାବାଦ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରତିଭାଶାଳୀ କଳାକାରମାନଙ୍କୁ ୨୦୨୪ ବର୍ଷ ପାଇଁ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ବରିଷ୍ଠ କନ୍ନଡ଼ ଅଭିନେତା ଅନନ୍ତ ନାଗ ପ୍ରତିଷ୍ଠିତ “ଦାଦାସାହେବ ଫାଲକେ ପୁରସ୍କାର’ ଗ୍ରହଣ କରିଥିବା ବେଳେ ୟାମି ଗୌତମ, ମାମୁଟ୍ଟି ଓ କାର୍ତ୍ତିକ ଆର୍ଯ୍ୟନ୍ ଶ୍ରେଷ୍ଠ ଅଭିନେତା/ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ଆଦିତ୍ୟ ସୁହାସ ଜାମ୍ଭାଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର “ଆର୍ଟିକଲ୍ ୩୭୦’ ଶ୍ରେଷ୍ଠ ଫିଚର୍ ଫିଲ୍ମ ପୁରସ୍କାର ଲାଭ କରିଛି।

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ପୂର୍ବରୁ ଘୋଷଣା କରାଯାଇଥିଲା ଏବଂ ମଙ୍ଗଳବାର ଦିନ ଗୁଜରାଟର ନର୍ମଦା ଜିଲ୍ଲା ଅନ୍ତର୍ଗତ ଏକତା ନଗର ଠାରେ “ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଭବ୍ୟ ପୃଷ୍ଠଭୂମିରେ ରାଷ୍ଟ୍ରପତି ସେମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅଭିନେତାରୁ ନିର୍ଦ୍ଦେଶକ ସାଜିଥିବା ରଣଦୀପ ହୁଡା “ସ୍ୱାତନ୍ତ୍ର୍ୟ ବୀର ସାବରକର’ ପାଇଁ “ଶ୍ରେଷ୍ଠ ଡେବ୍ୟୁ ଫିଲ୍ମ ଅଫ୍ ଏ ଡାଇରେକ୍ଟର’ (ନିର୍ଦ୍ଦେଶକଙ୍କ ଶ୍ରେଷ୍ଠ ପ୍ରଥମ ଚଳଚ୍ଚିତ୍ର) ପୁରସ୍କାର ପାଇଥିବା ବେଳେ ରାଜକୁମାର ପେରିଆସାମୀ ତାମିଲ ଚଳଚ୍ଚିତ୍ର “ଅମରନ୍’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ଗ୍ରହଣ କରିଥିଲେ। ୟାମି ଗୌତମ “ଆର୍ଟିକଲ୍ ୩୭୦’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ (ମୁଖ୍ୟ ଭୂମିକା) ପୁରସ୍କାର ପାଇଥିଲେ। ସେହିପରି ମାମୁଟ୍ଟି ଓ କାର୍ତ୍ତିକ ଆର୍ଯ୍ୟନ୍ ଯଥାକ୍ରମେ “ବ୍ରହ୍ମଯୁଗମ୍’ ଓ “ଚାନ୍ଦୁ ଚାମ୍ପିଅନ୍’ ପାଇଁ ଶ୍ରେଷ୍ଠ ଅଭିନେତା (ମୁଖ୍ୟ ଭୂମିକା) ପୁରସ୍କାର ମିଳିତ ଭାବେ ଗ୍ରହଣ କରିଥିଲେ। ସୁମିରା ରାୟଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ପ୍ରଯୋଜିତ “ଭାଙ୍ଗା’ର୍ ଶ୍ରେଷ୍ଠ ନନ୍-ଫିଚର୍ ଫିଲ୍ମ ପୁରସ୍କାର ପାଇଥିଲା।

ତେଲୁଗୁ ଚଳଚ୍ଚିତ୍ର “ପୁଷ୍ପା: ଦ ରୁଲ୍ ପାର୍ଟ-୦୨’ ଶ୍ରେଷ୍ଠ ପୋଷାକ ଡିଜାଇନ୍ ପୁରସ୍କାର ପାଇଥିବାବେଳେ, ବାନ୍ଦ୍ରେଡ୍ଡି ସୁକୁମାର ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଚିତ୍ରନାଟ୍ୟ (ଈରଗ୍ଦଗ୍ଧ ଝମକ୍ସରରଦ୍ଭକ୍ଟ୍ରକ୍ଷବଚ୍ଚ) ପୁରସ୍କାର ଗ୍ରହଣ କରିଥିଲେ। ଆର କଲାଇଭାନନ୍ ତାମିଲ ଚଳଚ୍ଚିତ୍ର “ଅମରନ୍’ ପାଇଁ ଶ୍ରେଷ୍ଠ ସମ୍ପାଦନା ପୁରସ୍କାର ପାଇଥିଲେ। ମନୋଜ ମୁଣ୍ଟାଶିର୍ “ମଇଦାନ’ ଚଳଚ୍ଚିତ୍ରର “ଜାନେ ଦୋ’ ଗୀତ ପାଇଁ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇଥିଲେ। ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ରା “ଭକ୍ଷକ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଥିଲେ। ଅଭୟ ଯୋଧପୁରକର ମରାଠୀ ଚଳଚ୍ଚିତ୍ର “ଘରତ୍ ଗଣପତି’ର “ନବସାଚି ଗୌରୀ ମାଜି’ ଗୀତ ପାଇଁ ଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ୍ ଗାୟକ ପୁରସ୍କାର ପାଇଥିବାବେଳେ, ବାଇକୋମ୍ ବିଜୟଲକ୍ଷ୍ମୀ ମାଲାୟାଲମ୍ ଚଳଚ୍ଚିତ୍ର “ଏଆରଏମ୍’ର “ଅଙ୍ଗୁ ଭାନା କୋନିଲୁ’ ଗୀତ ପାଇଁ ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍ ଗାୟିକା ପୁରସ୍କାର ପାଇଥିଲେ। ଶାଶ୍ୱତ ସଚଦେବ “ଆର୍ଟିକିଲ୍ ୩୭୦’ର ଗୀତଗୁଡ଼ିକ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପୁରସ୍କାର ପାଇଥିଲେ ଏବଂ ଜି.ଭି. ପ୍ରକାଶ କୁମାର “ଅମରନ୍’ ଚଳଚ୍ଚିତ୍ରର ପୃଷ୍ଠଭୂମି ସଙ୍ଗୀତ ପାଇଁ ସମ୍ମାନିତ ହୋଇଥିଲେ। ମୋଟ ଉପରେ, “ଆର୍ଟିକିଲ୍ ୩୭୦’ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲା, ଯେଉଁଥିରେ ଶ୍ରେଷ୍ଠ ଫିଚର୍ ଫିଲ୍ମ, ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ଅନ୍ତର୍ଭୁକ୍ତ। ବିଜୟ ଗାଙ୍ଗୁଲି “ସ୍ତ୍ରୀ ୨’ର “ଆଜ୍ କି ରାତ୍’ ଗୀତ ପାଇଁ ଶ୍ରେଷ୍ଠ କୋରିଓଗ୍ରାଫି ପୁରସ୍କାର ପାଇଥିଲେ। ଏହି ପୁରସ୍କାରଗୁଡ଼ିକ ଭାରତୀୟ ସିନେମା କ୍ଷେତ୍ରରେ ଫିଚର୍ ଫିଲ୍ମ, ନନ୍-ଫିଚର୍ ଫିଲ୍ମ ଏବଂ ସିନେମା ସମ୍ବନ୍ଧୀୟ ଲିଖିତ ବିଷୟବସ୍ତୁ କ୍ଷେତ୍ରରେ ହାସଲ କରାଯାଇଛି।ଙ୍ଗା’ର୍ ଶ୍ରେଷ୍ଠ ନନ୍-ଫିଚର୍ ଫିଲ୍ମ ପୁରସ୍କାର ପାଇଥିଲା।
