ପୁରୀ: ରାଜ୍ୟ ସରକାରଙ୍କ ଯୁବ କ୍ରୀଡା ବିଭାଗ ପକ୍ଷରୁ ଚାଲିଥିବା ସିଏମ ଟ୍ରଫି ଦ୍ୱିତୀୟ ସଂସ୍କରଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ଆନନ୍ଦ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି । ପ୍ରତିଭା ଅନେକ ଲକ୍ଷ ଏକ ପଡିଆରୁ ପୋଡିୟମକୁ ପାଥେୟ କରି ଏହି ପ୍ରତିଯୋଗିତା ୧୨ ଏପ୍ରିଲ ରୁ ଆରମ୍ଭ ହୋଇଥିଲା । ଏହି ଖେଳ ମଧ୍ଯରେ ଫୁଟବଲ, ଖୋ ଖୋ, ଭଲିବଲ ଓ କବାଡି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟର କୋଣ ଅନୁକୋଣରେ ଲୁଚି ରହିଥିବା ଲୁକାୟିତ କ୍ରୀଡାବିତ ପ୍ରତିଭାକୁ ସର୍ବସାଧାରଣରେ ପରିପ୍ରକାଶ ସହ କ୍ରୀଡାବିତ ମାନଙ୍କୁ ଦେଶର ଏକ ଶ୍ରେଷ୍ଠ କ୍ରୀଡାବିତ ଭାବେ ଗଢିତୋଳିବା ଏହି ପ୍ରତିଯୋଗିତାର ଲକ୍ଷ ଓ ଉଦ୍ଦେଶ୍ଯ । ଶନିବାର ଫୁଟବଲ ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଯୋଗଦେଇ ପିଲାମାନଙ୍କ ଖେଳ ପ୍ରଦର୍ଶନକୁ ପ୍ରଶଂସା କରିବା ସହ କ୍ରୀଡାବିତ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଜୋନସ୍ତରରୁ ରାଜ୍ୟସ୍ତରରେ ନାମ ରଖି ଭଲ କ୍ରୀଡାବିତ ଭାବେ ପରିଚିତ ହୋଇପାରିବେ । ପାଠ ପଢିବା ସହ ଖେଳ କସରତ ଦ୍ୱାରା ଶାରୀରିକ ସୁନ୍ଦର ଗଠନ ଓ ବୁଦ୍ଧିମାନ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଓଡ଼ିଶା ଅଲମ୍ପିକ୍ସ ସଂଘ କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ, ପୁରୀ ଜିଲ୍ଲା କ୍ରୀଡା ସଂସଦ ଉପସଭାପତି ରାମଚନ୍ଦ୍ର ଦାସ ମହାପାତ୍ର, ନୀତା ଫୁଟବଲର ଅରୁଣ କୁମାର ତ୍ରିପାଠୀ, ବ୍ରହ୍ମଗିରି ଜିଲ୍ଲା ପରିଷଦ ସଦସ୍ଯ କୃଷ୍ଣଚନ୍ଦ୍ର ରାୟ,ନୀଳଚକ୍ର ସ୍ପୋର୍ଟ୍ସ କ୍ଲବ ସଭାପତି ସନ୍ତୋଷ ଛୁଆଳସିଂହ, ଖୋ ଖୋ କୋଚ ପୁରୀ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ନିତା ଫୁଟବଲ ଏକାଡେମୀର ସମ୍ପାଦକ ସତ୍ଯବ୍ରତ ଷଡଙ୍ଗୀ ଓ ମ୍ଯାଚ କମିଶନର ଚିତ୍ରାମ୍ବଦା ପାତ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ସରକାରଙ୍କ ଲୋକାଭିମୁଖୀ ତଥା ତୃଣମୂଳ ସ୍ତରରେ କୋମଳମତି କ୍ରୀଡାବିତ ମାନଙ୍କ ପ୍ରତିଭାର ବିକାଶ ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି ଅତିଥି ମାନେ କହିଥିଲେ । ଏହି ପ୍ରୟାସ ପାଇଁ ଆଗାମୀ ଦିନରେ ବଡ ବଡ କ୍ରୀଡା ପ୍ରତିଯୋଗିତାରେ ଓଡ଼ିଶା ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ କରିବ ବୋଲି କହିଥିଲେ ।ଫୁଟବଲ ବାଳିକା ବିଭାଗରେ ଶ୍ରୀ ନୀଳଚକ୍ର ସ୍ପୋର୍ଟ୍ସ କ୍ଲବ ପୁରୀ ଚାମ୍ପିଅନ ହୋଇଥିବା ବେଳେ ନୀତା ଫୁଟବଲ ଏକାଡେମୀ ରନର୍ସ ଅପ ହୋଇଥିଲା । ସେହିପରି ବାଳକ ବିଭାଗରେ ନୀତା ଫୁଟବଲ ଏକାଡେମୀ ଚାମ୍ପିଅନ ହୋଇଥିବା ବେଳେ ନିମାପଡା ଆଥେଲେଟିକ ଆସୋସିଏସନ ରନର୍ସ ଅପ ହୋଇ ଅତିଥିମାନଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା । ଫୁଟବଲ ଉଦଯାପନୀ ଉତ୍ସବ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ ।ଟୁର୍ଣ୍ଣାମେଣ୍ଟରେ ବାଳକ ବିଭାଗରେ ଟ୍ରାଇ ବ୍ରେକରରେ ୪-୦୧ ଗୋଲରେ ନୀତା ଫୁଟବଲ ଏକାଡେମୀ ଚାମ୍ପିଅନ ହୋଇଥିଲା । ବାଳିକା ବିଭାଗରେ ୦-୧ରେ ଶ୍ରୀନୀଳଚକ୍ର ସ୍ପୋର୍ଟ୍ସ କ୍ଲବ ପୁରୀ ଚାମ୍ପିଅନ ହୋଇଥିଲା । ମ୍ୟାନ ଅଫ ଦି ମ୍ୟାଚ୍ ଅମନ ଜିତ ମାରାଣ୍ଡି ହୋଇଥିବା ବେଳେ ମ୍ୟାଚ ରେଫରୀ ଅଭିନାଶ ପଟ୍ଟନାୟକ, ଆସିଷ୍ଟାଣ୍ଟ ରେଫରୀ -୧ ସୁଶାନ୍ତ କୁମାର ରାଉତରାୟ, ଆସିଷ୍ଟାଣ୍ଟ ରେଫରୀ -୨ ଦିପ୍ତି ରଞ୍ଜନ ରାଉତରାୟ ଓ ଫ୍ରୋରର୍ଥ ଅଫିସିଆଲ ପ୍ରମୋଦ କୁମାର ବରାଳ ଫୁଟବଲ ଖେଳ ପରିଚାଳନା କରିଥିଲେ । ଫୁଟବଲ ବିଭାଗର ଖେଳ କୋଚ, ଅଫିସର, ମ୍ୟାନେଜର ଉପସ୍ଥିତ ରହି ପ୍ରତିଯୋଗିତାରେ ସହଯୋଗ କରିଥିଲେ ।
