ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କଂସରା ବନଦୁର୍ଗା ମନ୍ଦିର ନିକଟରେ ଗଞ୍ଜେଇ ଚାଲାଣବେଳେ ମାଡିବସିଲା ଭୁବନେଶ୍ୱରର ଏସଟିଏଫ୍ ଟିମ୍ ସୂଚନା ଅନୁଯାୟୀ ଫୁଲବାଣୀରୁ ଅନୁଗୋଳ ଅଭିମୁଖେ ଯାଉଥିବା ଙଊ୦୫ଘ୭୭୫୭ ନମ୍ବର ଥିବା ଏକ ମହେନ୍ଦ୍ରା ଝଟଠ ଗାଡ଼ିରେ ଦୁଇଜଣ ବ୍ୟକ୍ତି କଂସରା ବନଦୁର୍ଗା ମନ୍ଦିର ନିକଟରେ ସ୍ଥାନୀୟ ହିନ୍ଦୋଳ ଚେପେଟିଗାଡିଆ ଗାଁର ଲିଟୁ ନାୟକ ନାମକ ଜଣେ ଯୁବକଙ୍କୁ ବିକ୍ରି କରିବାକୁ ଡିଲ ଚାଲିଥିବାବେଳେ ହଠାତ୍ ଏସଟିଏଫ୍ କାବୁ କରିନେଇଥିଲା। ଏସଟିଏଫ୍ ଟିମ୍ ସହ ଏହି ଗଞ୍ଜେଇ ମାଫିଆମାନଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ଏହାର ସୁଯୋଗ ନେଇ ଦୁଇ ମାଫିଆ ଖସି ପଳାଇଥିଲେ। ଗାଡ଼ିରେ ଚାବି ଲାଗିଥିବା ଅବସ୍ଥାରେ ଗାଡିକୁ ଜବତ କରାଯାଇଛି। ଏହି ଗାଡ଼ିରେ ପ୍ରାୟ ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ରହିଥିଲା। ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବବୋଲି ଅନୁମାନ କରାଯାଉଛି।? ୬ଟି ବସ୍ତାରେ ଏହି ଗଞ୍ଜେଇକୁ ସିଲ୍ କରି ଚାଲାଣ କରାଯାଉଥିବାର ସୂଚନାମିଳିଛି। ଏଥିସହ ଗଞ୍ଜେଇକୁ ଜବତ କରାଯିବା ସହ ଘଟଣାରେ କ୍ରେତା ଲିପୁ ନାୟକକୁ ଏସଟିଏଫ୍ ଗିରଫ କରି ଭୁବନେଶ୍ୱର ନେଇଯାଇଥିବା ଜଣାପଡ଼ିଛି। ଏହି ଚଢାଉରେ ଦୁଇଜଣ ଇନ୍ସପେକ୍ଟରଙ୍କ ସମେତ ମୋଟ ୭ଜଣ ସାମିଲ୍ ହୋଇଥିଲେ।
