ଫୁଲବାଣୀ: ବହୁଦିନ ପୂର୍ବରୁ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି କୋଣସି କାରଣ ନ ଥାଇ ଜଣେ ଟାଣୁଆ ଓ ଦକ୍ଷ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଘନ କୁମାର ଶବର କୁ ଦଳରୁ ନୀଲମ୍ବନ କରିଥିଲେ କିନ୍ତୁ ଏହି ନିଲମ୍ବନକୁ ସହଜରେ ଗ୍ରହଣ କରିନ ଥିଲା ରାଜ୍ୟ କଂଗ୍ରେସ । କନ୍ଧମାଳ ଜିଲ୍ଲା ରେ ଜାତୀୟ କଂଗ୍ରେସ ଦଳ କୁ ଆପ୍ରାଣ ଉଦ୍ୟମ କରି ଦଳୀୟ ସଂଗଠନ କୁ ସୁଦୃଢ଼ କରୁଥିବା ଜଣେ ଆଗ ଧାଡ଼ିର କଂଗ୍ରେସ ନେତାଙ୍କ ନିଲମ୍ବନ ପରେ କନ୍ଧମାଳ ଜିଲ୍ଲାରେ ବରିଷ୍ଠ କଂଗ୍ରେସ ନେତା ଓ ବୁଦ୍ଧିଜୀବୀ ଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଶେଷରେ ରାଜ୍ୟ କଂଗ୍ରେସ ସତ୍ ସମ୍ମାନ ସହିତ ଘନ କୁମାର ଶବରଙ୍କ ନୀଲମ୍ବନ ଆଦେଶକୁ ପ୍ରଦେଶ କଂଗ୍ରେସ କମିଟି ଶୃଙ୍ଖାଗତ କାର୍ଯ୍ୟାନୁଷ୍ଠାନ କମିଟି ଦ୍ୱାରା ପ୍ରତ୍ୟାହାର କରାଯାଇ ଥିବାରୁ ଅନେକ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦଳୀୟ ନିଷ୍ପତ୍ତି ଅନୁଯାୟୀ ପୁଣିଥରେ ଦଳୀୟ କାର୍ଯ୍ୟକଳାପରେ ସାମିଲ ହେବାର ସୁଯୋଗ ମିଳିଛି ବୋଲି କନ୍ଧମାଳ ଜିଲ୍ଲାର କଂଗ୍ରେସ ଦଳର ଟାଣୁଆ ଛାମୁଆ ନେତା ତଥା ସଂଗଠକ ଶ୍ରୀ ଶବର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଘନ ଶବର ଙ୍କ ଉପରୁ ନୀଲମ୍ବନ ଉଠିବା ପରେ ଦଳୀୟ ମହଲରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପ୍ରତ୍ୟାହାରର କାରଣ ଏବଂ ଆଗାମୀ ଦିନରେ ସମ୍ପୃକ୍ତ ନେତାଙ୍କ ଭୂମିକା କଣ ରହିବ, ତାହା ଦଳ ପକ୍ଷରୁ ଦିଆଯାଇଥିବା ଅଧିକୃତ ସୂଚନା ଉପରେ ନିର୍ଭର କରିବ।
ଏହି ନିଷ୍ପତ୍ତି ପରେ ସ୍ଥାନୀୟ କଂଗ୍ରେସ ସଂଗଠନରେ ମଧ୍ୟ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।କନ୍ଧମାଳ ଜିଲ୍ଲା ଘନ କୁମାର ଶବର ଙ୍କ ଭଳି ମୟୂରଭଞ୍ଜ ଜିଲ୍ଲା (ପୂର୍ବ) ଉପସଭାପତି ମୀନକେତନ ବେହେରା ଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ କୁ ମଧ୍ୟ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତ୍ୟାହାର କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ରୁ ଜଣା ପଡିଛି। ଘନ କୁମାର ଶବର ଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲା ପରେ ସମ୍ପୃକ୍ତ ଟାଣୁଆ ନେତା ଘନ କୁମାର ଶବର ପିସିସି ସଭାପତି ଏବଂ ଓଡ଼ିଶା ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ଜେଟି କୁସୁମ କୁମାର ଏବଂ କନ୍ଧମାଳର ବରିଷ୍ଠ କଂଗ୍ରେସ ନେତା , ବୁଦ୍ଧିଜୀବୀଙ୍କୁ ମଧ୍ୟ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
