ଫୁଲବାଣୀ: ସରକାରୀ ଚାକିରି କରାଇ ଦେବାକୁ କହି ମହିଳା ଠାରୁ ଲକ୍ଷାଧିକ ଟଙ୍କା ନେଇ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ଶୋଷଣ କରୁଥିବା ଏବଂ ପରିବହନ ବିଭାଗ ଏମ୍ ଭି ଆଇ ପୋଷାକ ପରିଧାନ କରି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ଗାଡି ଯାଞ୍ଚ କରି ବେଆଇନ୍ ଭାବେ ଟଙ୍କା ଆଦାୟ କରୁଥିବା ଜଣେ ନକଲି ଏମ୍ ଭି ଆଇ କୁ କନ୍ଧମାଳ ପୋଲିସ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ ପି ରମେନ୍ଦ୍ର ପ୍ରସାଦ। କନ୍ଧମାଳ ପୋଲିସ୍ କୁ ମିଳିଛି ଏକ ବଡ଼ ସଫଳତା। ସୂଚନାନୁଯାୟୀ ଏହି ନକଲି ପରିବହନ ଗଠଓ ଜଣକ ଆଞ୍ଚଳିକ ପରିବହନ ବିଭାଗର ଅଫିସର୍ ବୋଲି ପରିଚୟ ଦେଇ ମହିଳା ର ପରିବାର ସହ ସୁ ସମ୍ପର୍କ ସ୍ଥାପନ କରି ସେହି ମହିଳା ଙ୍କୁ ଏକ ରେଗୁଲାର ସରକାରୀ ଚାକିରୀ କରେଇ ଦେବା କହି ମୋଟା ଅଙ୍କର ୭,୧୮,୮୫୧ ଟଙ୍କା ନେବା ସହ ବିବାହ ର ମିଥ୍ୟା ପ୍ରତିଶୃତି ଦେଇ ଠକିବା ଅଭିଯୋଗରେ ମହିଳା ଜଣକ ସାରଙ୍ଗଡ଼ ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ସାରଙ୍ଗଡ଼ ଥାନା ପୋଲିସ ପକ୍ଷରୁ କେସ୍ ନଂ ୧୩୨/୧୭.୯.୨୦୨୬ ଦଫା ୩୧୮(୪),୩୧୯(୨), ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଥାନା ଅଧିକାରୀ ସ୍ମିତା ଜେନା ତଦନ୍ତ ଜାରି ରଖିଥିଲେ। ତଦନ୍ତ ରୁ ଜଣାପଡିଛି ଯେ ଅଭିଯୁକ୍ତ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖିଲ କୁମାର ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଚକାପାଦ, ତୋଟାସାହି ଗ୍ରାମର ବ୍ୟକ୍ତି ଅଟନ୍ତି। ଏହି ଅଭିଯକ୍ତ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖୂଲ କୁମାର ପଟ୍ଟନାୟକ ପ୍ରାୟ ଏକ ବର୍ଷ ପୂର୍ବେ ଅଭିଯୋଗକାରୀ ମହିଳା ଙ୍କ ସହ ବିବାହ ପ୍ରସ୍ତାବ ଦେଇଥିଲେ। ସେ ନିଜକୁ ଆର.ଟି.ଓ ବିଭାଗର ଜଣେ ଏମ.ଭି.ଆଇ ଅଫିସର ଭାବେ ଉପସ୍ଥାପିତ କରି ଅଭିଯୋଗକାରୀ ଏବଂ ତାଙ୍କ ପରିବାର ସହ ବିଶ୍ୱାସ ଜନ୍ମାଇ ଥିଲେ। ଏହାପରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀ ମହିଳା ଙ୍କ ଘରକୁ ଯାଉଥିଲେ। ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି ଓ ଏକ ନିୟମିତ ସରକାରୀ ଚାକିରିର ବ୍ୟବସ୍ଥା କରିଦେବେ ବୋଲି ମହିଳାଙ୍କୁ କହିଥିଲେ। ତା’ପରେ, ସରକାରୀ ଚାକିରି ପାଇବା ପାଇଁ ହେଲେ ଟଙ୍କାର ନିହାତି ଆବଶ୍ୟକ ଅଛି ବୋଲି କହି ମହିଳାଙ୍କୁ ଙ୍କୁ ଟଙ୍କା ଯୋଗାଡ଼ କରିବାକୁ ପ୍ରଭାବିତ କରିଥିଲେ । ତାଙ୍କ କଥାକୁ ବିଶ୍ୱାସ କରି ଅଭିଯୋଗକାରୀ ମହିଳା ୨୬.୦୬.୨୦୨୫ ରୁ ୨୦.୦୧.୨୦୨୬ ମଧ୍ୟରେ ବିଭିନ୍ନ ମାଧ୍ୟମରେ ଓ ଫୋନ୍ ପେ ଯୋଗେ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସର୍ବମୋଟ ୭,୧୮,୮୫୧/-ଟଙ୍କା ପଠାଇଥିଲେ।

ଚାକିରି କରିନ ଦେବାରୁ ଡେରି ହେବାରୁ ପରବର୍ତ୍ତୀ ସମୟରେ ଯେତେବେଳେ ଅଭିଯୋଗ କାରୀ ମହିଳା ଟଙ୍କା ଫେରାଇ ଦେବାକୁ କହି ଟଙ୍କା ମାଗିବାରୁ ଅଭିଯୁକ୍ତ ଧର୍ମେନ୍ଦ୍ର ବେହେରା କୌଣସି ଉତ୍ତର ନଦେଇ ମୋବାଇଲ୍ ସୁଇଚ ଅପ୍ କରିଦେଇଥିଲା ପରେ ପୁଣି ସେ ଅଭିଯୁକ୍ତ କଟକ ସିଡିଏ ୧୧ ଅଞ୍ଚଳ ର ସୁରେଶ ପଟ୍ଟନାୟକ ଙ୍କ ପୁଅ ନିଖିଲ ପଟ୍ଟନାୟକ ବୋଲି ପରିଚୟ ଦେଇଥିଲା। ସାରଙ୍ଗଡ ଥାନା ପୋଲିସ୍ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଧର୍ମେନ୍ଦ୍ର କୁମାର ବେହେରାଙ୍କୁ ପାବୁରିଆ ଛକ ନିକଟରୁ ଗିରଫ କରାଯାଇଥିଲା। ସେତେବେଳେ ଅଭିଯୁକ୍ତ ଧର୍ମେନ୍ଦ୍ର ବେହେରା ଓଡ଼ିଶା ପରିବହନ ବିଭାଗ ୟୁନିଫର୍ମ ପିନ୍ଧି ଏକ ଗାଡ଼ିରେ କମଳା ରଙ୍ଗର ଆଲୋକ ବତୀ ଲଗାଇ ସେହି ଗାଡ଼ି ବ୍ୟବହାର କରି ତାଙ୍କ ସ?ହଯୋଗୀ ମାନଙ୍କ ସହ ଗାଡ଼ି ଯାଞ୍ଚ କରୁଥିଲେ। ଯାହା ଦ୍ୱାରା ଜଣେ ପ୍ରକୃତ ମୋଟର ଯାନ ପରିଦର୍ଶକଙ୍କ ଭ୍ରମ ସୃଷ୍ଟି ହେଉଥିଲା। ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ବେଳେ ଅଭିଯୁକ୍ତ ଜଣକ ଆର.ଟି.ଓ ବିଭାଗର ଜଣେ ଏମ.ଭି.ଆଇ ଅଫିସର ଭାବେ ନିଜକୁ ମିଥ୍ୟା ପରିଚୟ ଦେଇ ଅଭିଯୋଗକାରୀଙ୍କ ସମେତ ସାଧାରଣ ଜନତାଙ୍କୁ ଅସାଧୁ ଏବଂ କପଟପୂର୍ଣ୍ଣ ଭାବେ ଠକିଥିବା ସ୍ୱୀକାର କରିଛନ୍ତି। ଏଭଳି ମିଥ୍ୟା ପରିଚୟ ଦେଇ ସେ କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗାଡ଼ି ଯାଞ୍ଚ କରୁଥିଲେ ଏବଂ ବିଭିନ୍ନ ସରକାରୀ – କାର୍ଯ୍ୟାଳୟକୁ ବାରମ୍ବାର ପରିଦର୍ଶନ କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିଲେ ଓ । ନିଜକୁ ବେଆଇନ ଭାବେ ଜଣେ ସରକାରୀ ଅଧିକାରୀ ଭାବେ ଉପସ୍ଥାପନ କରୁଥିଲେ। ସେ ଏକାଧିକ ମହିଳାଙ୍କୁ ବିବାହର ମିଥ୍ୟା – ପ୍ରତିଶ୍ରୁତି ଦେଇ ସେମାନଙ୍କୁ ସହ ଶାରୀରିକ ସମ୍ପର୍କ ରଖିଥିଲେ । ସେ ଜାଲିଆତି ଟଙ୍କାକୁ ଏକ ବିଳାସପୂର୍ଣ ଜୀବନଶୈଳୀ ରେ ବିତାଇବା ପାଇଁ ଆଶା ରଖିଥିଲେ ବୋଲି ଆଜି ଅପରାହ୍ନ ୩ ଟା ସମୟରେ ଜିଲ୍ଲା ପୋଲିସ୍ ମୁଖ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍ ପି ରମେନ୍ଦ୍ର ପ୍ରସାଦ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।ତତ୍ ସହିତ ଅଭିଯୁକ୍ତ ଧର୍ମେନ୍ଦ୍ର କୁମାର ବେହେରାଙ୍କୁ ଆଜି ଗିରଫ କରାଯାଇଛି । ଅଭିଯୁକ୍ତ ଙ୍କୁ ବାଲିଗୁଡା ଏସଡିଜେଏମ କୋର୍ଟ,କୁ ଚାଲାଣ କରାଯିବ। ଏ୍ୱଂ ଏହି ମାମଲାରେ ସଂଶ୍ଳିଷ୍ଠ ଅନ୍ୟ ବ୍ୟକ୍ତିମାନଙ୍କର ସମ୍ପୂକ୍ରି ଏବଂ ଅଭିଯୁକ୍ତଙ୍କ ଚକ୍ରବ୍ୟୁହରେ ପଡ଼ିଥିବା ଅନ୍ୟ ପୀଡ଼ିତାମାନଙ୍କର ପରିଚୟ ନିଶ୍ଚିତ କରିବା ପାଇଁ ମାମଲାର ଅଧୂକ ତଦନ୍ତ ଜାରି ରହିଛି ବୋଲି ଏସ୍ ପି ଶ୍ରୀ ପ୍ରସାଦ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସ୍ ପି କନ୍ଧମାଳ ରମେନ୍ଦ୍ର ପ୍ରସାଦ ଙ୍କ ସହ ଡି ଏସ୍ ପି ବିବେକାନନ୍ଦ ସ୍ୱାଇଁ ,ସାରଙ୍ଗଡ ଥାନା ଅଧିକାରୀ ସ୍ମିତା ଜେନା,ରାଇକିଆ ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ର ଉପସ୍ଥିତ ଥିଲେ।
