ପାରାଦୀପ – ରାଜ୍ୟ ସରକାରଙ୍କ ନିଶାମୁକ୍ତ ଅଭିଯାନରେ ଜଗତସିଂହପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ନିଶା କାରବାର କୁ ରୋକିବାକୁ ପୋଲିସ ତରଫରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି ।ପାରାଦୀପ ରେ ନୂତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଅଜିଙ୍କ୍ୟ୍ ବାବୁରାଓ ମାଣେ ଯୋଗଦେବା ପରେ ଚୋରା ନିଶା ବେପାରୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପାରାଦୀପ ଅଭୟଚାନ୍ଦପୁର ପୋଲିସ ତରଫରୁ ବଗଦିଆ ଡାଳିମ୍ବପୁର ରାସ୍ତାରେ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ଡାଳିମ୍ବପୁର ଗ୍ରାମର ସଂଗ୍ରାମ ଦଳାଇ କୁ ଅଟକ ରଖିବା ସହିତ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତରେ ନଗଦ ଟଙ୍କା, ବ୍ରାଉନସୁଗାର, ଏକ ସ୍କୁଟି ଜବତ କରିବା ସହିତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ଅଭୟଚାନ୍ଦପୁର ପୋଲିସ।ସୂଚନା ଅନୁଯାୟୀ ଅଜି ସକାଳ ସମୟରେ ଅଭୟଚାନ୍ଦପୁର ଥାନା ଅଧିନସ୍ଥ ବଗଦିଆ ଡାଳିମ୍ବପୁର ସ୍ମଶାନ ନିକଟରେ ଏକ ଟିଭିଏସ ସ୍କୁଟି ରେ ବ୍ରାଉନସୁଗାର ବେପାର କରୁଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଥିଲା ପୋଲିସ। ଯାହାକୁ ନେଇ ଅଭୟଚାନ୍ଦପୁର ପୋଲିସ ର ସବ୍ଇନ୍ସପେକ୍ଟର ଏମ ହେମ୍ବ୍ରମ ଙ୍କ ସହିତ ପୋଲିସ ଟିମ ଡାଳିମ୍ବପୁର ଆଇଓସିଏଲ ରାସ୍ତା ନିକଟରେ ଅଭିଯୁକ୍ତ କୁ ମାଡି ବସିବା ସହିତ ସ୍କୁଟି ଦିକିରୁ ୧୪.୨୯ ଗ୍ରାମ ବ୍ରାଉନସୁଗାର ସହିତ ନଗଦ ୪୫୫୦ ଟଙ୍କା, ଏକ ମୋବାଇଲ ଓ ଟିଭିଏସ ସ୍କୁଟି ଜବତ କରିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହିତ ଅଭିଯୁକ୍ତ ସଂଗ୍ରାମ ଦଳାଇ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି କ୍ଷ ଏହି ସାମ୍ବାଦିକ ସମ୍ମିଳନୀରେ ଅଭୟଚାନ୍ଦପୁର ଥାନା ଆଇଆଇସି ସମୀର ରାଉତ ଉପସ୍ଥିତ ଥିଲେ। ପାରାଦୀପ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବରେ ଯୋଗଦେବା ପରେ ପାରାଦୀପ ର ଯୁବପିଢ଼ି, ସମସ୍ତ ବ୍ୟବସାୟୀକ ସଂସ୍ଥା ଓ ବିଭିନ୍ନ ସାମାଜିକ ସଂଗଠନ ମାନଙ୍କୁ ନେଇ ଏକ ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରାଯିବା ନେଇ ସୂଚନା ଦେବା ସହିତ ନିଶା କବଳରେ କବଳିତ ଏବଂ ନିଶା କୁ ପ୍ରୋତ୍ସାହନ ଦେଉଥିବା ଯୁବଗୋଷ୍ଠୀ ଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜିଙ୍କ୍ୟ୍ ବାବୁରାଓ ମାଣେ। ନିଶା ବେପାରୀ ସାବଧାନ ହୋଇଯାଆନ୍ତୁ ନଚେତ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଚେତାବନୀ ଦେଇଛନ୍ତି।
