ବାଲିଗୁଡା: ଭାରସାମ୍ୟ ହରାଇ ଗାର୍ଡୱାଲ ରେ ଝୁଲିଲା ଚିପ୍ସ ବୋଝେଇ ହାଇୱା। ବାଲିଗୁଡା ଥାନା ଏସଏଚ ୪୧ ନମ୍ବର ମୁଖ୍ୟ ରାସ୍ତା ର ଗଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା । ତେବେ ଦୁର୍ଘଟଣା ରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଲେ ହାଇୱା ଡ୍ରାଇଭର । ତେବେ ଲଣ୍ଡାଗାଁ ପଟୁ ବାଲିଗୁଡା ଅଭିମୁଖେ ଚିପ୍ସ ବୋଝେଇ ହାଇୱା ଗାଡି ଟି ଆସୁଥିବା ବେଳେ ହଟାତ ଷ୍ଟେରିଙ୍ଗ ଅଚଳ ହୋଇଯାଇଥିଲା। ଗଟାଙ୍ଗୀ ନିକଟରେ ଷ୍ଟେରିଙ୍ଗ ଜାମ ହେବା ଫଳ ରେ ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଗାର୍ଡୱାଲ ରେ ଝୁଲି ରହିଥିଲା ହାଇୱା। ତେବେ ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଂଚି ଡ୍ରାଇଭର କୁ ହାଇୱା ରୁ ଉଦ୍ଧାର କରି ବାହାର କୁ ଆଣିଥିଲେ । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଜଣକ ସୁରକ୍ଷିତ ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।
