ବାଲିଗୁଡା: କନ୍ଧମାଳ ଜିଲ୍ଲା ଖଣିଜ ଅଧିକାରୀ ସୋମବାର ଦିନ ଅଚାନକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ଗସ୍ତ କରି ଏକ ଚିପ୍ସ ବୋଝେଇ ହାଇୱା ଗାଡ଼ି (ନଂ ଓ ଡି ୩୨ଏମ୍ ୯୭୨୧ ) ଉପରେ ଚଢ଼ାଉ କରି ଆବଶ୍ଯକୀୟ ନଥିପତ୍ର ଯାଞ୍ଚ କରିଥିଲେ ତେବେ ଆବଶ୍ଯକୀୟ ନଥିପତ୍ର ଦାଖଲ ନ କରିବାରୁ ବେଆଇନ ଚିପ୍ସ ଚାଲାଣ ଅଭିଯୋଗ ରେ ଉକ୍ତ ଚିପ୍ସ ବୋଝେଇ ହାଇୱା ଜବତ କରି ବ୍ରାହ୍ମଣୀଗାଁ ଥାନା ଜିମାରେ ଦେଇଥିଲେ। ତେବେ ଉକ୍ତ ଗାଡ଼ିରୁ ବେଆଇନ ଚିପ୍ସ ଚାଲାଣ ବାବଦ ରେ ୫୨ହଜାର ୮୮୫ ଟଙ୍କା ଜରିମାନା ପକାଇ ଥିଲେ, ତେବେ ଗାଡ଼ି ମାଲିକ ଙ୍କ ଠାରୁ ଉକ୍ତ ଜରିମାନା ଅର୍ଥ ରାଶି ଆଦାୟ କରିବା ପରେ ମଙ୍ଗଳବାର ଦିନ ଜିଲ୍ଲା ଖଣିଜ ଅଧିକାରୀ ଙ୍କ ନିର୍ଦ୍ଧେଶ କ୍ରମେ ଉକ୍ତ ଗାଡ଼ିକୁ ଛଡ଼ା ଯାଇ ଥିବା ନେଇ ଥାନା ଉପ ଆରକ୍ଷୀ ଅଧିକାରୀ ଭୋଳାନାଥ ପଣ୍ଡା ସୂଚନା ଦେଇଛନ୍ତି।
