ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାସେ ବ୍ୟାପୀ ପାଳନ କରାଯାଉଥିବା ବେଳେ, ଦେଶର ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଓ ଦୈନନ୍ଦିନ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିବା ପାଇଁ ଆମ୍ ଆଦ୍?ମୀ ପାର୍ଟି ପକ୍ଷରୁ ଏକ ଅଭିନବ ପ୍ରତିବାଦ କରାଯାଇଛି। ପୁରୀ ବାଲିଘାଟ ନିକଟସ୍ଥ ରାସ୍ତା ଦୀର୍ଘଦିନ ଧରି ଅତ୍ୟନ୍ତ ଖରାପ ଅବସ୍ଥାରେ ଥିବା ଏବଂ ରାସ୍ତାର ବଡ଼ ବଡ଼ ଖାଲରେ ବର୍ଷାଜଳ ଜମି ରହୁଥିବାକୁ ନେଇ ଆପ୍ କର୍ମୀମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି।ଏହି ଅବସରରେ ରାସ୍ତାର ଖାଲରେ ଜମିଥିବା ପାଣି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରଖାଯାଇ ଦୀପ ଜଳାଯାଇଥିଲା। ଏହାସହ ପାଣି ମଧ୍ୟରେ ଚା ପିଆଇବା, ସେହି ଖାଲରେ ସ୍ନାନ କରିବା ଏବଂ ଖାଲର ମାଟିରେ ତିଳକ କରି ପ୍ରତିବାଦ କରାଯାଇଥିଲା । ଆପ୍ ପକ୍ଷରୁ କୁହାଯାଇଛି ଯେ

ଗୋଟିଏ ପଟେ ଦେଶରେ ଦରଦାମ୍, ରୋଜଗାର ଓ ସାଧାରଣ ଲୋକଙ୍କ ଆର୍ôଥକ ଚାପ ଭଳି ପ୍ରସଙ୍ଗ ଉପରେ ଚର୍ଚ୍ଚା ଆବଶ୍ୟକ ଥିବା ବେଳେ, ଅନ୍ୟପଟେ ଜନ୍ମଦିନ ପାଳନକୁ ମାସେବ୍ୟାପୀ କାର୍ଯ୍ୟକ୍ରମରେ ପରିଣତ କରାଯିବା ଉପରେ ଦଳ ପ୍ରଶ୍ନ ଉଠାଉଛି।ଦେଶର ଅର୍ଥନୀତି, ଜିଡିପି , ଡଲାର୍ ତୁଳନାରେ ଟଙ୍କାର ସ୍ଥିତି ,ମହଙ୍ଗାଇ ଓ ବେକାରୀ ସମସ୍ୟା ଭଳି ପ୍ରମୁଖ ସମସ୍ୟାରେ ଦେଶ ର ବ୍ୟବସ୍ଥା ଶୋଚନୀୟ ଥିବା ବେଳେ ମୋଦୀ ସରକାର ତାଙ୍କ ଦ୍ୱାଇତ୍ୱ ଭୁଲିଯାଇ କେବଳ ଫଟୋ ସୁଟ୍ ଏବଂ ମିଛ ଉନ୍ନତିର ପ୍ରଚାର କରୁଛନ୍ତି । ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।ଆପ୍ ଆହୁରି କହିଛି ଯେ, “ଜନ୍ମଦିନରେ ବଡ଼ ବଡ଼ ଉତ୍ସବ ନୁହେଁ, ଲୋକଙ୍କ ଜୀବନରେ ପରିବର୍ତ୍ତନ ଦରକାର।”

ପୁରୀ ଭଳି ଏକ ପ୍ରମୁଖ ପର୍ଯ୍ୟଟନ ଓ ତୀର୍ଥ ସହରର ରାସ୍ତାଘାଟର ଏପରି ଅବସ୍ଥା ରହିବା ନେଇ ମଧ୍ୟ ପ୍ରଶାସନର ଦାୟିତ୍ୱ ଉପରେ ଦଳ ପ୍ରଶ୍ନ ଉଠାଇଛି।ଏହି ପ୍ରତିବାଦ ମାଧ୍ୟମରେ ଆପ୍ ର ବାର୍ତ୍ତା ହେଉଛି—ଉତ୍ସବ ଅପେକ୍ଷା ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଅନ୍ତୁ, ଫଟୋ ଅପେକ୍ଷା ବିକାଶର ଦୃଶ୍ୟ ଦେଖାନ୍ତୁ।ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଜିତ୍ ମହାନ୍ତି, ନଗର ସଭାପତି ରମାକାନ୍ତ ସ୍ୱାଇଁ, ଜିଲ୍ଲା ଉପସଭାପତି ଅନିଲ କୁମାର ସେନାପତି , ଦେବ ପ୍ରଧାନ , ବିଭୂତି ମାଲିଆ , ଲିଙ୍ଗରାଜ ପାତ୍ର ଆଦି ପ୍ରମୁଖ ସଦସ୍ୟଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
