ନୀଳଗିରି; ସାନଭାଇ ମାଡରେ ଗୁରୁତର ହେଲେ ବଡଭାଇ ଭାଉଜ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ଥାନା ଅଧୀନ ପାଟଣା ଗ୍ରାମରେ।ଜୟପ୍ରକାଶ ଦାସ ନିଜ ଘର ପାର୍ଶ୍ୱରୁ ପଥର ଉଠେଇବାରୁ ଉତ୍ୟକ୍ତ ହୋଇ ସାନ ଭାଇ ମାନସ ବଡ ଭାଇ ଓ ଭାଉଜକୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ।ପରବର୍ତ୍ତୀ ସମୟରେ ଉତ୍ୟକ୍ତ ହୋଇ ବଡ ଭାଇ ଓ ଭାଉଜଙ୍କୁ ବାଡି ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।ଉଭୟ ଦମ୍ପତି ଗୁରୁତର ହୋଇ ନୀଳଗିରି ମେଡିକାଲରେ ଭର୍ତ୍ତି ହେବା ସହ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୁକ୍ତକୁ ଶାସ୍ତି ଦେବା ପାଇଁ ଦାବୀ କରିଛନ୍ତି ଦମ୍ପତି।ନୀଳଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
