ବାରିପଦା : ମୟୂରଭଂଜ ଜିଲ୍ଲାର ହାଟବାଦଡାରେ ସାପ୍ତାହିକ ହାଟ ପ୍ରତି ବୁଧବାର ଅନୁଷ୍ଠିତ ହୁଏ ।ଏଠାରେ ପନିପରିବା, ଛେଳି, କୁକୁଡ଼ା, ମାଛ , ଏବଂ ଗୋରୁ କ୍ରୟ ବିକ୍ରୟ ହୋଇଥାଏ । ୍ୱିଞ୍ଝୁଆର କିଛି ବ୍ୟକ୍ତି ସାପ୍ତାହିକ ହାଟରୁ ୩୨ ଟି ଗୋରୁ ତଥା ଗୋରୁ ପିଛା ୩୦୦ ଟଙ୍କା ମାସୁଲ ଦେଇ ରସିଦ ସହ ୍ୱିଞ୍ଝୁଆ ଗ୍ରାମକୁ ଚଲାଇ ଚଲାଇ ନେଉଥିଲେ ।ରାସ୍ତାରେ କିଛି ଯୁବକ ଗୋରୁ ଚାଲାଣ ନେଇ ଅଟକାଇ ଥାନାକୁ ଖ୍ୱର ଦେଇଥିଲେ ।ରାଇରଙ୍ଗପୁର ଟାଉନଥାନା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୩୨ ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ରାଇରଙ୍ଗପୁର ଥାନାକୁ ନେଇ ଆସିଥିଲେ ।

ଗୋଚାଲାଣ ନେଇ ପୋଲିସ ଏକ କେଶ ମାମଲା ରୁଜୁ କରିଛି ।ଗୋରୁଙ୍କୁ କିଭଳି ସୁରକ୍ଷିତ ଅ୍ୱସ୍ଥାରେ ରଖାଯିବ,ସେମାନଙ୍କ ଖାଦ୍ଯ, ପାନୀୟ ନେଇ ଚିନ୍ତିତ ପୋଲିସ ।ଥାନା ମଧ୍ଯରେ ଗୋମାତା ମାନେ ଭୋକଉପାସରେ ଆଉଟି ପାଉଟି ହେଉଛନ୍ତି ।ରାଇରଙ୍ଗପୁର ଗୋଶାଳା ରେ ଗୋରୁ ରଖିବାକୁ ଜାଗା ନାହିଁ ।ଅପରପକ୍ଷରେ କ୍ରେତା ଗୋରୁ ବେପାରୀମାନେ କହୁଛନ୍ତି ଆମେ ସରକାରଙ୍କ ନିୟମ ଅନୁସାରେ ଗୋମାତାଙ୍କୁ ଆମେ ରାଜସ୍ୱ ଦେଇ କ୍ରୟ କରି ଛୁ ।ତେଣୁ କେଉଁ ଆଇନ ବଳରେ ପୋଲିସ ଗୋମାତାଙ୍କୁ ଅଟକ ରଖିଛି ।
