ରାୟପୁର: ଛତିଶଗଡ଼ର ଝିରାମ ଘାଟିରେ ହୋଇଥିବା ଆକ୍ରମଣରେ ୨୭ ଜଣଙ୍କ ମୃତ୍ୟୁ ଘଟିବା ସହ କଂଗ୍ରେସର ନେତୃତ୍ୱ ଶେଷ ହୋଇଯାଇଥିଲା; ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ୧୦ ଜଣ ମାଓବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ଏହା ପୂର୍ବରୁ ଗତ ୫ ତାରିଖରେ, ବିଚାର କୋର୍ଟ ଉକ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ଦଣ୍ଡର ପରିମାଣ ଘୋଷଣାକୁ ସଂରକ୍ଷିତ ରଖିଥିଲେ। ବାମପନ୍ଥୀ ଉଗ୍ରବାଦ ଜନିତ ସବୁଠାରୁ ଭୟଙ୍କର ହିଂସାକାଣ୍ଡ ମଧ୍ୟରୁ ଅନ୍ୟତମ ଏହି ଆକ୍ରମଣ ଘଟଣା ୨୦୧୩ ମସିହା ମେ ୨୫ ତାରିଖରେ ଘଟିଥିଲା। ବସ୍ତର ଜିଲ୍ଲାର ଦର୍ଭା ଥାନା ଅନ୍ତର୍ଗତ ଝିରାମ ଘାଟିରେ ଏକ ଜାତୀୟ ରାଜପଥ ଉପରେ କଂଗ୍ରେସର “ପରିବର୍ତ୍ତନ ରାଲି’ ଉପରେ ମାଓବାଦୀମାନେ ହଠାତ୍ ଆକ୍ରମଣ କରିଥିଲେ। ମାମଲାର ଶୁଣାଣି ସମୟରେ ଜଗଦଲପୁର ସ୍ଥିତ ଘଓଇ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଭୟ ସିଂହ ରାଜପୁତ ୨ ଜଣ ମହିଳାଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ବୋଲି ପ୍ରତିପକ୍ଷ ଓକିଲ ଅରବିନ୍ଦ ଚୌଧୁରୀ କହିଛନ୍ତି। ସେ କହିଛନ୍ତି ଯେ ଦଣ୍ଡର ପରିମାଣ ସମ୍ପର୍କିତ ରାୟ ସେପ୍େଟମ୍ବର ୧୬ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇଛି ଏବଂ ବିଚାର ପ୍ରକ୍ରିୟା ସମୟରେ ୧୦୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। “ଆମେ ଉଚ୍ଚ ଅଦାଲତରେ ଏହି ରାୟ ବିରୁଦ୍ଧରେ ଅପିଲ୍ କରିବୁ। ଆମକୁ ଏପର୍ଯ୍ୟନ୍ତ ରାୟର ନକଲ ମିଳିନାହିଁ। ଏହା ପାଇବା ପରେ ହିଁ ଆମେ ଅପିଲ୍ ପାଇଁ ଆଧାର ବା କାରଣ ଜଣାଇପାରିବୁ ବୋଲି ବୋଲି ଚୌଧୁରୀ କହିଛନ୍ତି। ଉଲ୍ଲେଖନୀୟ ଯେ, ସୁରକ୍ଷା ବାହିନୀ ଝିରାମ୍ ଘାଟି ଆକ୍ରମଣକୁ ବାମପନ୍ଥୀ ହିଂସାର ଅନ୍ୟତମ ଭୟଙ୍କର ଘଟଣା ଭାବରେ ଚିହ୍ନଟ କରିଛନ୍ତି। ଏହି ଘଟଣା ୨୦୧୩ ମସିହା ମେ’ ୨୫ ତାରିଖରେ ଘଟିଥିଲା, ଯେତେବେଳେ ବସ୍ତର ଜିଲ୍ଲାର ଦର୍ଭା ଥାନା ଅଞ୍ଚଳ ଅନ୍ତର୍ଗତ ଝିରାମ୍ ଘାଟିରେ ଏକ ଜାତୀୟ ରାଜପଥ ଉପରେ ମାଓବାଦୀମାନେ କଂଗ୍ରେସ ନେତାଙ୍କ ଏକ କାଫେଲା (କନଭୟ) ଉପରେ ଅତର୍କିତ ଆକ୍ରମଣ କରିଥିଲେ। କିଛି କଂଗ୍ରେସ ନେତା ଏକ “ପରିବର୍ତ୍ତନ ରାଲି’ରେ ଯୋଗଦେଇ ଫେରୁଥିବା ସମୟରେ ଏହି ଆକ୍ରମଣର ଶିକାର ହୋଇଥିଲେ। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତତ୍କାଳୀନ ରାଜ୍ୟ କଂଗ୍ରେସ ସଭାପତି ନନ୍ଦ କୁମାର ପଟେଲ ଓ ତାଙ୍କ ପୁଅ ଦିନେଶ, ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ମହେନ୍ଦ୍ର କର୍ମା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଦ୍ୟା ଚରଣ ଶୁକ୍ଳା ଏବଂ ପୂର୍ବତନ ବିଧାୟକ ଉଦୟ ମୁଦଲିୟାରଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା ସାମିଲ ଥିଲେ। ଏଥିରେ ଅନେକ ସାଧାରଣ ନାଗରିକ ଓ ସୁରକ୍ଷା କର୍ମୀ ମଧ୍ୟ ପ୍ରାଣ ହରାଇଥିଲେ।ଏହି ଘଟଣାରେ ୨୯ ଜଣ ଲୋକ ପ୍ରାଣ ହରାଇଥିଲେ।
