କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଥାନା ଶ୍ରୀମସ୍କା ଛକରେ ଶନିବାର ଅପରାହ୍ନରେ ଦୁର୍ଘଟଣା ଘଟି ୩ ଜଣ ଯୁବକଯୁବତୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୧ଟା ୧୦ ମିନିଟ ସମୟରେ ଶ୍ରୀମସ୍କା ଗ୍ରାମର ଶୁଭଶ୍ରୀ ମାଝୀ (୧୬), କେଦାରନାଥ ମାଝୀ (୧୯) ସୌରଭି ମାଝୀ (୧୮)ଏକ ବାଇକ୍ରେ ନିଜ ଗ୍ରାମରୁ ମୁଖ୍ୟ ରାସ୍ତାକୁ ଆସୁଥିବା ବେଳେ, ଥୁଆମୂଳରାମପୁର ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ହାଇୱା ସାମ୍ନାସାମ୍ନି ଧକ୍କା ଦେଇଥିଲା ଓ ଧକ୍କାର ତୀବ୍ରତାରେ ବାଇକ୍ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ୩ ଜଣ ଆରୋହୀ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ି ରହିଥିଲେ । ଘଟଣା ପରେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଓ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କିନ୍ତୁ ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥା ସ୍ପଷ୍ଟ ହୋଇଥିଲା ଶୁଭଶ୍ରୀଙ୍କୁ ଆମ୍ବୁଲାନ୍ସ ମିଳିଥିଲେ କେଦାର ଓ ସୌରଭିଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନଥିଲା। ଶେଷରେ ପରିବାର ଲୋକେ ନିଜ ଖର୍ଚ୍ଚରେ ଗାଡ଼ି ଭଡ଼ା କରି ସେମାନଙ୍କୁ ଭବାନୀପାଟଣାକୁ ନେଇଥିଲେ। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକ ଉଭ୍ୟକ୍ତ ହୋଇ ହାଇୱା ଗାଡ଼ିକୁ ଅଟକ ରଖିଥିବା ସହ ଶ୍ରୀମସ୍କା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଓ ଚାଳକ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ଅଭିଯୋଗ ମଧ୍ୟ ଉଠିଛି ଓ ଉଲ୍ଲେଖନୀୟ ଯେ, ଥୁଆମୂଳ ରାମପୁରରୁ ଗୁଣପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାମ ଚାଲିଥିବାରୁ ଏହି ରାସ୍ତାରେ ହାଇୱା, ଜେସିବି ପରି ଭାରି ଯାନବାହନର ଯାତାୟାତ ବଢ଼ିଛି । ଦୁର୍ଘଟଣା ସମୟରେ ହାଇୱା ପିଚୁ ନେଇ ଦ୍ରୁତ ଗତିରେ ଯାଉଥିବା ଥୂବାରୁ ଦୁର୍ଘଟଣା ଘଟିଥିବାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ରାସ୍ତା ଅବରୋଧ ଫଳରେ ପ୍ରାୟ ୬ ଘଣ୍ଟା ସମୟ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ଥିବା ଦେଖାଯାଇଥିଲା। ଥୁଆମୂଳ ରାମପୁର ଏବଂ କର୍ଲାପାଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଇଥିଲେ। କ୍ଷତିପୂରଣ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଅଟଳ ରହିଥିଲେ। ଶେଷରେ ଠିକାଦାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା ଓ
