ବାଲିଗୁଡା :ବଲାଙ୍ଗୀର ବନାଞ୍ଚଳ ଜଙ୍ଗଲ ରେ ଶୀକାରୀ ଙ୍କ ଦ୍ୱାରା ରଖାଯାଇଥିବା ବୋମା ଗିଳି ମୁହଁ ରେ ଫୁଟି ଯାଇ ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଏକ ଦନ୍ତା ହାତୀ ର ମୃତ୍ୟୁ ଘଟିଛି କ୍ଷ କନ୍ଧମାଳ ଜିଲ୍ଲା ବେଲଘର ରେଞ୍ଜ ଝିରିପାଣି ସେକ୍ସନ ର ଶିମିଳିପଦର ଜଙ୍ଗଲ ରେ ହାତୀଟିର ମୃତ୍ୟୁ ହୋଇଥିବା ଜଣା ପଡିଛି ତେବେ ମୃତ ହାତୀ ର ବୟସ ୯-୧୦ ବର୍ଷ ହୋଇଥିବା ବେଳେ ଏକ ଦନ୍ତା ହାତୀ ବୋଲି ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ ସୂଚନା ଦେଇଛନ୍ତି କ୍ଷ ତେବେ ବଲାଙ୍ଗୀର ବନାଞ୍ଚଳ ଜଙ୍ଗଲ ରେ ହାତୀଟି ଏକ ବୋମା ଗିଳିବା ପରେ ହାତୀ ର ମୁହଁ ରେ ଫୁଟି ଯାଇ ମୁହଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା

ପରେ ହାତୀଟି ବଲାଙ୍ଗୀର ରୁ କଳାହାଣ୍ଡି ବନାଞ୍ଚଳ ଜଙ୍ଗଲ କୁ ଆସିବା ପରେ ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଇଥିଲା କିନ୍ତୁ ବୋମା ବିସ୍ପୋରଣ ରେ ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କାରଣ ରୁ ହାତୀଟି ର କୌଣସି ଅପେରସନ ସମ୍ଭବ ହୋଇପାରିନଥିଲା ପରେ ଗତ ୧୩ ଏପ୍ରିଲ ରେ କଳାହାଣ୍ଡି ରୁ କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳ ର ଝିରିପାଣି ସେକ୍ସନ ର ଶିମିଳିପଦର ଜଙ୍ଗଲ କୁ ଚାଲି ଆସିଥିଲା ବାଲିଗୁଡା ଡ଼ିଏଫଓ ଙ୍କ ନିର୍ଦେଶ କ୍ରମେ ଏକ ଭେଟେନାରୀ ଟିମ ଘଟଣା ସ୍ଥଳରେ ପହଂଚି ଚିକିତ୍ସା ଜାରୀ ରଖିଥିଲେ କିନ୍ତୁ ମୁହଁ ନଷ୍ଟ ହୋଇ ଯନ୍ତ୍ରଣା ଭୋଗୁଥିବା ହାତୀ ଟି ଖାଇ ନ ପାରି ଦୁର୍ବଳ ହେବା ସହ ୧୭ ଏପ୍ରିଲ ରେ ମୃତ୍ୟୁ ବରଣ କରିଛି
