ଭଂଜନଗର :କୂଅରୁ ପାଣି ଟାଣୁଥିବା ବେଳେ, କୂଅ ଭିତରକୁ ଖସି ପଡ଼ିଲେ ମହିଳା । ଗାଙ୍ଗପୁର ଥାନା ଅନ୍ତର୍ଗତ ବଡସାଦରା ଗାଁରେ ଶୁକ୍ରବାର ଅପରାହ୍ନରେ ଘଟିଛି ଏଭଳି ଘଟଣା । ଗ୍ରାମବାସୀଙ୍କ ସହଯୋଗରେ କୂଅ ଭିତରେ ଫସି ରହିଥିବା ସଂପୃକ୍ତ ମହିଳାଙ୍କୁ ଉଧାର କରାଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଭଂଜନଗର ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି, ଉଧାର ମହିଳାଙ୍କୁ ନିକଟସ୍ଥ ଗୋବରା ମେଡିକାଲରେ ଭର୍ତ୍ତି କରିଥିଲେ । ଆହତ ମହିଳା ଜଣକ ବଡସାଦରା ଗ୍ରାମର ପଞ୍ଜଳୀ ଗୈ।ଡ (୩୫) । ସବୁଦିନ ଭଳି ଗାଁ ନିକଟରେ ରହିଥିବା କୂଅକୁ ପିଇବା ପାଣି ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ, ଆକସ୍ମିକ ଭାବେ ଗୋଡ ଖସିଯିବାରୁ, ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଗୋବରା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ, ଅଧିକ ଚିକିତ୍ସା ପାଇଁ, ଭଂଜନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
