କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜେଡି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ ହୋଇଅଛି। ଏହି ଅବସରରେ ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ବିଜେଡି ପାର୍ଟି ଅଫିସ ରୁ ବିଶାଳ ବାଇକ ଶୋଭାଯାତ୍ରା ରେ ରଣହୁଙ୍କାର ଦେଇ ବିଜେଡି କର୍ମୀ ବାଲିଗୁଡା ନଗର ପରିକ୍ରମା କରିଥିଲେ ।ପରେ ବିଜୁ ଫୁଡ କୋର୍ଟ ଓ ବିଜେଡି ପାର୍ଟି ଅଫିସ ଠାରେ ପହଂଚି ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ବିଜେଡି କର୍ମୀ ଓ ବିଜୁ ପ୍ରେମୀ ।

ଏହି କାର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀକାନ୍ତ ନାୟକ, ବରିଷ୍ଠ ବିଜେଡି ନେତା ପ୍ରମୋଦ ସାହୁ ଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ତ୍ୟାଗ ନିଷ୍ଠା ଆତ୍ମ ଜୀବନୀ ଉପରେ ଆଲୋକପାତ କରିବା ସହ ବିଜୁ ବାବୁ ଙ୍କ ଉଦେଶ୍ୟ ରେ ସ୍ମୃତି ଚାରଣ କରିଥିଲେ ଉପସ୍ଥିତ ସମସ୍ତ ବିଜେଡି କର୍ମୀ । ତେବେ ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ଦିବସ ପାଳନ ଅବସରରେ ବାଲିଗୁଡା ରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ବିଜେଡି ପକ୍ଷରୁ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ପରେ ବିଜେଡି ପ୍ରତି ଜନସାଧାରଣ ଙ୍କ ଆସ୍ଥା ଓ ବିଶ୍ୱାସ ସବୁବେଳେ ଅତୁଟ ରହିଛି କହିଛନ୍ତି ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ।ତେଣୁ ଆଗାମୀ ୨୦୨୭ ପଂଚାୟତ ଓ ଏନଏସି ନିର୍ବାଚନ ରେ ପୂ୍ୱର୍ ଭଳି ବିଜେଡି ଅକ୍ତିଆର କରିବା ସହ ୨୦୨୯ ରେ ବିଜେଡି ପୁଣିଥରେ ସରକାର ଗଠନ କରିବ କହିଛନ୍ତି ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ ।
