ବାରିପଦା : ମୟୁରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଥାନା, ତାଳପଡା ପଞ୍ଚାୟତ,କାଳିଆପୋଷି , ଗାଁ ମୁଣ୍ଡ ଚତୁରିପାଖ ର ଏକ ଗଛ ରୁ ପ୍ରେମିକ, ପ୍ରେମିକା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ଠାକୁରମୁଣ୍ଡା ପୋଲିସ । ଝିଅଟି ସ୍ଥାନୀୟ ଅଞ୍ଚଳର ହୋଇଥିଲା ବେଳେ ପୁଅର ପରିଚୟ ମିଳିନାହିଁ। ଘଟଣାସ୍ଥଳରେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ଅନ୍ୟ ପୋଲିସ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ଶବ ଜବତ କରି ଥିବାବେଳେ ଏହି ଘଟଣାର ଅଧିକ ତଦନ୍ତ, ଠାକୁରମୁଣ୍ଡା ପୋଲିସ କରୁଥିବାର ପ୍ରକାଶ । ଏହା ଏକ ପ୍ରେମାଜନିତ ଘଟଣା ବୋଲି କୁହାଯାଉଛି ।
