ବାରିପଦା ;୍ୱହଳଦା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ରାଇରଙ୍ଗପୁର – ଟାଟା ରାସ୍ତାର ଗମ୍ଭାରିଆ- କାଦୁଆଣୀ ଛକରେ ସୋମବାର ୭ ତାରିଖ ଅପରାହ୍ନ ୫.୪୫ ରେ ଏକ ଅଜଣା କାର୍ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଥିବା ର ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ, ତିରିଂ ଥାନା ଅଞ୍ଚଳର ବଡକୁରମ ଗ୍ରାମର ର୍ୱୀନ୍ଦ୍ର ୍ୱାସ୍କେ ବାଇକରେ ଯାଉଥିବାବେଳେ ଏକ ଅଜଣା କାର୍ ଧକ୍କା ଦେଇ ଦୃତ ଗତିରେ ଖସି ପଳାଇଥିଲା । ୍ୱାଇକ୍ ଚାଳକ ରାସ୍ତାରେ ଛିଟିକି ପଡ଼ି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।ଖବରପାଇ ୍ୱହଳଦା ପୋଲିସ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।ଗୁରୁତରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି ।୍ୱହଳଦା ପୋଲିସ ଘଟଣାର ତଦନ୍ତକୁ ଜୋରଦାର କରିଛି ।
