ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ମରାମତି କାର୍ଯ୍ୟ ସମୟରେ ଭୁଶୁଡ଼ି ପଡ଼ିଥିବା କୋଠାର ମାଲିକଙ୍କୁ ସୋମବାର ରାଜସ୍ଥାନର ଭିୱାଡି ଅଞ୍ଚଳରୁ ଗିରଫ କରାଯାଇଛି। ଜଣେ ଅଧିକାରୀ ଗିରଫ ବ୍ୟକ୍ତିଙ୍କୁ ହରିରାମ ଗୁପ୍ତା ବୋଲି ଚିହ୍ନଟ କରିଛନ୍ତି ଏବଂ କହିଛନ୍ତି ଯେ ଏହି ମାମଲା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।
ଦଶନ୍ଧି ପୁରୁଣା ଏହି ପାଞ୍ଚ ମହଲା କୋଠାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ ନିକଟରେ ଏକ ପୁଅମାନଙ୍କ ପାଇଁ ପେଇଂ ଗେଷ୍ଟ ଆବାସ ଥିଲା। ମରାମତି କାର୍ଯ୍ୟ ଚାଲିଥିବା ସମୟରେ ରବିବାର ଅପରାହ୍ନ ପ୍ରାୟ ୧.୩୦ ସମୟରେ ଏହା ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ମଧ୍ୟରୁ ଏପର୍ଯ୍ୟନ୍ତ ବାର ଜଣଙ୍କୁ ବାହାର କରାଯାଇଛି, ଯାହାଙ୍କ ମଧ୍ୟରୁ ସାତ ଜଣଙ୍କ ମୃତ୍ୟୁ ଘଟିଛି, ଏବଂ ଅନେକ ଆହତ ହୋଇଛନ୍ତି। ଦିଲ୍ଲୀ ପୋଲିସ, ଦିଲ୍ଲୀ ଅଗ୍ନିଶମ ସେବା, ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ଏବଂ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମେତ ବିଭିନ୍ନ ସଂସ୍ଥା ରାତିସାରା ଏବଂ ସୋମବାର ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋମବାର ଦ୍ୱିତୀୟ ଦିନର ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ନଗର ନିଗମ ଏମସିଡି)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଥିଲେ। ଗୁପ୍ତା କହିଛନ୍ତି ଯେ ପ୍ରାୟ ୮୦ ପ୍ରତିଶତ ଭଗ୍ନାବଶେଷ ରହିଛି। ଗୁପ୍ତାଙ୍କ ଅନୁଯାୟୀ, ବେସମେଣ୍ଟରେ ପାଣି ଜମା ହୋଇଥିଲା ଏବଂ ପୁରୁଣା ଢାଞ୍ଚାରେ ଚାଲିଥିବା ମରାମତି କାର୍ଯ୍ୟ ସହିତ ମିଶି ଏହି ଭୁଶୁଡ଼ି ପଡ଼ିଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆହତମାନଙ୍କୁ ଚିକିତ୍ସା କରାଯାଉଛି ଏବଂ ସେମାନଙ୍କ ପିତାମାତାଙ୍କୁ ସେମାନଙ୍କ ଅବସ୍ଥା ବିଷୟରେ ଅବଗତ କରାଯାଉଛି। ସେ ଇଓଓଗଝରେ ଆହତମାନଙ୍କୁ ମଧ୍ୟ ଭେଟିଥିଲେ। ଦିଲ୍ଲୀ ସରକାର ରବିବାର ଭୁଶୁଡ଼ି ପଡ଼ିବାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ କୋଠା ମାଲିକଙ୍କ ବିରୁଦ୍ଧରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁପ୍ତ ଦିଲ୍ଲୀରେ ପାଞ୍ଚ ମହଲା ବିଶିଷ୍ଟ କୋଠାଗୁଡ଼ିକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅବହେଳା ପାଇଁ ଦାୟୀ ଗଉଊ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଗୁପ୍ତା କହିଛନ୍ତି ଯେ ଅବଶିଷ୍ଟ ଭଗ୍ନାବଶେଷ ସଫା ହେବା ପରେ ଭୁଶୁଡ଼ି ପଡ଼ିଥିବା କୋଠାକୁ ଭାଙ୍ଗି ଦିଆଯିବ। ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ଅନ୍ୟାନ୍ୟ ଅସୁରକ୍ଷିତ ସଂଲଗ୍ନ କୋଠାର ବାସିନ୍ଦାମାନଙ୍କୁ ଖାଲି କରାଯାଇଛି। ସରକାର ଏକ ନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି ଯାହା ଅନୁଯାୟୀ ପୁରୁଣା କୋଠାର ମାଲିକମାନଙ୍କୁ ପିଜି ଆବାସ, ନର୍ସିଂ ହୋମ୍, ସ୍କୁଲ କିମ୍ବା ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନ ପରିଚାଳନା କରିବା ପୂର୍ବରୁ ଷ୍ଟ୍ରକଚରାଲ୍ ଅଡିଟ୍ ରିପୋର୍ଟ ଦାଖଲ କରିବାକୁ ପଡିବ ଏବଂ ସେମାନଙ୍କର ସୁରକ୍ଷା ପ୍ରମାଣିତ କରିବାକୁ ପଡିବ। ଅବହେଳା ପାଇଁ ଦାୟୀ ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
