ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗ (ଆଇଏମଡି)୨୦୨୬ (ଜୁନ୍-ସେପ୍େଟମ୍ବର) ପାଇଁ ସ୍ୱାଭାବିକ ଠାରୁ କମ୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ପୂର୍ବାନୁମାନ କରିଛି। ଦୀର୍ଘକାଳୀନ ହାରାହାରିର ୯୨% ବର୍ଷାର ପୂର୍ବାନୁମାନ କରିଛି। ଏହା ସାମ୍ପ୍ରତିକ ବର୍ଷଗୁଡ଼ିକରେ ସର୍ବନିମ୍ନ ଆକଳନ ମଧ୍ୟରୁ ଗୋଟିଏ ଏବଂ ଆଠ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଓଗଊ ସ୍ୱାଭାବିକ ଠାରୁ କମ୍ ବର୍ଷାର ପୂର୍ବାନୁମାନ କରିଛି। ଚଳିତ ଶକ୍ତି ସଙ୍କଟ ମଧ୍ୟରେ ଭାରତୀୟ କୃଷି ପାଇଁ ଏହି ଦୃଷ୍ଟିକୋଣ ଚିନ୍ତା ସୃଷ୍ଟି କରୁଛି, ଇରାନ ଉପରେ ଆମେରିକା-ଇସ୍ରାଏଲ ଯୁଦ୍ଧ ସହିତ ଜଡିତ ସାର ଅଭାବ ଯୋଗୁଁ ପୂର୍ବରୁ ଚାପରେ ଥିବା ଗୁରୁତ୍ୱପୂର୍ଣ୍ଣ ଖରିଫ ବୁଣା ଋତୁକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଓଗଊ ମେ ମାସ ମଧ୍ୟଭାଗରେ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବାନୁମାନ ଜାରି କରିବ ବୋଲି ଆଶା କରାଯାଉଛି।୧୯୭୧ ରୁ ୨୦୨୦ ପର୍ଯ୍ୟନ୍ତ ତଥ୍ୟ ଆଧାରରେ ସାରା ଦେଶରେ ଋତୁକାଳୀନ ବର୍ଷା ପାଇଁ ଖଚଇ ୮୭୦ ମିମି। ଏହି ବର୍ଷ, ପ୍ରାୟ ୮୦୦ ମିମି ବର୍ଷା ହେବ ବୋଲି ଆଶା କରାଯାଉଛି। କମ୍ ବର୍ଷାର ପୂର୍ବାନୁମାନ ମୁଖ୍ୟତଃ ଶକ୍ତିଶାଳୀ ଏଲ୍ ନିନୋ ପରିସ୍ଥିତିର ଉତ୍ଥାନ ପାଇଁ ଦାୟୀ। ଏଲ୍ ନିନୋ-ଦକ୍ଷିଣ ଦୋଳନ (ଋଘଝଙ) ଏକ ପ୍ରାକୃତିକ ଜଳବାୟୁ ଘଟଣା ଯେଉଁଥିରେ କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗର ଅସ୍ୱାଭାବିକ ଉଷ୍ଣତା ଅନୁଭବ କରେ।
ଆଇଏମଡି ଅନୁଯାୟୀ, ୧୯୫୧ ମସିହାରୁ, ୧୬ ଟି ରେକର୍ଡ ହୋଇଥିବା ଏଲ୍ ନିନୋ ବର୍ଷ ହୋଇଛି, ଯେଉଁଥିରୁ କେବଳ ଛଅଟି ଦୁର୍ବଳ ମୌସୁମୀର ଆଶାକୁ ବିରୋଧ କରିଥିଲା। ଏଥିମଧ୍ୟରୁ, ୧୦ ବର୍ଷରେ ଅଭାବ କିମ୍ବା ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି। ଏହା ସହିତ, ଗତ ତିନି ମାସ ମଧ୍ୟରେ ଉତ୍ତର ଗୋଲାର୍ଦ୍ଧରେ ହ୍ରାସ ପାଇଥିବା ତୁଷାର ଆବରଣ ମଧ୍ୟ ଦୁର୍ବଳ ମୌସୁମୀର ଆଶାକୁ ସହାୟକ ହୋଇଛି। ଏହି ମୌସୁମୀରେ କମ୍ କିମ୍ବା ଅଭାବୀ ବର୍ଷା ହେବାର ସମ୍ଭାବନା ୬୬% ରହିଛି, ଅନ୍ୟ ପାଞ୍ଚଟି ବର୍ଗ ତୁଳନାରେ କମ୍ ବର୍ଷା ହେବାର ସମ୍ଭାବନା ଅଧିକ। ସ୍ୱାଭାବିକ ବର୍ଷାର ସମ୍ଭାବନା (୯୬-୧୦୪%) କେବଳ ୨୭%।
