କଳାହାଣ୍ଡି: ମୋହନଗିରି ଅଂଚଳ ପଡୋଶୀ ଜିଲ୍ଲା କନ୍ଧମାଳ,ବୌଦ୍ଧ, ବଲାଙ୍ଗୀର ଏକ ସଙ୍ଗମ ସ୍ଥଳ ସଦୃଶ୍ୟ ଦେଖା ଦେଇଥିବା ହେତୁ ଗଂଜେଇ କାରବାର କରିବାରେ ମାଫିଆକୁ ଏକ ପ୍ରକାର ସୁବିଧା ରହିଛି। ଯାହା ସକାଶେ ଏହାକୁ ରୋକିବାରେ ମ.ରାମପୁର ପୁଲିସକୁ ଏକ ଚାଲେଞ୍ଜ ହୋଇପଡିଛି।।ଅଥଚ ଦିନକୁ ଦିନ ଗଞ୍ଜେଇ ଚାଲାଣ ବୃଦ୍ଧି ହେଉଛି।ଏହି କ୍ରମରେ ଗତ ୪ ତାରିଖ ଦିନ ମ.ରାମପୁର ବ୍ଲକ ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ମ.ରାମପୁର ଅତିରିକ୍ତ ତହସିଲଦାର ଶମ୍ଭୁ ପ୍ରସାଦ ନାଏକଙ୍କ ଉପସ୍ଥିତରେ ମ.ରାମପୁର ଥାନା ଅଧିକାରିଣୀ ସଂଯୁକ୍ତା ପଧାନଙ୍କ ନିର୍ଦେଶରେ ଚଢାଉ କରାଯାଇଥିଲା। ଉକ୍ତ ଚଢାଉରେ ମୋହନଗିରି ଫାଣ୍ଡି ଅଧିକାରୀ ମନୋଜ ନାଏକ ସମେତ ସମସ୍ତ ପୋଲିସ କର୍ମଚାରୀ ସହଯୋଗ କରିଥିଲେ । ଚଢ଼ାଉ ସମୟରେ ୧୬୦ଟି ସନ୍ଦିଗ୍ଧ ଗଂଜେଇ ବସ୍ତା ଥିବା ଚି଼ହ୍ନଟ କରାଯାଇଥିଲା । ଯାହାକୁ ଧଳା ରଙ୍ଗର ଜରି ବସ୍ତାରେ ପ୍ୟାକିଙ୍ଗ କରି ଲୁଚାଇ ଜଙ୍ଗଲ ଭିତରେ ରଖାଯାଇଥିଲା। ଏଥିରେ ପ୍ରାୟ ୨୦ କ୍ୱିଣ୍ଟାଲ ୮୦କେଜି ଗଞ୍ଜେଇ ଜବତ କରିଥିବାର ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଜାମୁଲି ଗ୍ରାମର ଗଲନ ମାଝୀ (ବୟସ ୩୫) ଓ କିଜୁ ମାଝୀ (ବୟସ ୬୨) ଦେଢ଼ସୁଲି ଗ୍ରାମର ନାଏବ ହରିଜନ (ବୟସ ୨୮)ଓ ଜିମେନ୍ଦ୍ର ହରିଜନ (ବୟସ ୫୭) । ୪ଜଣଙ୍କୁ କେସ ନମ୍ବର ୨୨୧/୨୬ ୟୁ/ଏସ ୨୦(ବି)ସସ(ସି)/୨୯ ଏନ୍ ଡିପିଏସ୍ ଅଧିନିୟମ ଅନୁସାରେ ଗିରଫ କରିଛି। ଉକ୍ତ ଘଟଣା ପଛରେ ଆଉ କାହା କାହାର ସମ୍ପୃକ୍ତ ଅଛି ସେନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି।
