ବାରିପଦା /କରଞ୍ଜିଆ : କରଞ୍ଜିଆ ପୋଲିସ ଗୋଡ଼ାଇ ଗୋଡ଼ାଇ ୨ ଗୋଟି ଗାଡ଼ି ଜବତ କରିବା ସହିତ ୭ ଗୋଟି ଗୋରୁକୁ ଉଦ୍ଧାର କରିଛି। ଗତକାଲି ବିଳମ୍ବିତ ରାତି ସାହାରପଡା ପଟୁ ୨୨୦ ନମ୍ବର ଜାତୀୟ ରାଜପଥରେ ପିକଅପ୍ ଯୋଗେ ଚୋରା ଗୋ ଚାଲାଣ ହେଉଥିବା ଓ ଏହି ଗାଡ଼ି ଗୁଡ଼ିକୁ ଗୋଟିଏ ବୋଲେରୋ ସୁରକ୍ଷା ଦେଇ ଦୃତ ଗତିରେ ନେଉଥିବା କରଞ୍ଜିଆ ପୋଲିସ ଖବର ପାଇଥିଲା। ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହିତ ଏକ ଦଳ ଗାଡ଼ି ଗୁଡ଼ିକୁ ପିଛା କରିଥିଲେ। ଗାଡ଼ି ଗୁଡ଼ିକ ବକଳା ରାସ୍ତାରେ ଚାଲି ଯିବାକୁ ଉପକ୍ରମ କରିଥିଲେ। କରଞ୍ଜିଆ ପୋଲିସ ଏହି ବିଷୟରେ ଯଶିପୁର ପୋଲିସ ଓ ରରୁଆଁ ପୋଲିସକୁ ଖବର ଦେଇଥିଲେ। ତେବେ ଗାଡ଼ି ଗୁଡ଼ିକ ଏଣେତେଣେ ବିକ୍ଷିପ୍ତ ହୋଇ ୨ ଟି ଗାଡ଼ି ଚଢେଇଭୋଳ ପଟକୁ ଓ ଆଉ ୨ ଟି ଗାଡ଼ି ବାଟଗୈାଡଗାଁ ପଟକୁ ଚାଲି ଯାଉଥିବା ଲୋକେ ପୋଲିସ ଦଳ ବାଟଟାଇଁସିରା ଓ ବକଳା ଗାଁ ନିକଟରେ ଗୋଟିଏ ବୋଲେରୋ ନମ୍ବର ଓଆର- ୦୨ଏ- ୩୩୫୫ ଓ ଗୋଟିଏ ପିକଅପ୍ ନମ୍ବର ଓଡି-୧୧ଏନ-୮୮୩୮ ଜବତ୍ କରିବା ସହିତ ୭ ଟି ଗୋରୁ ଉଦ୍ଧାର କରିଥିଲା। ଥାନାରେ ଏନେଇ ୧୩୬/୨୬ ନମ୍ବରରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
