ବୌଦ୍ଧ: ଇଚର ଚାଳକଙ୍କ ମୃତ୍ୟୁ । ଆଜି ଭୋର ପ୍ରାୟ ୨ଟା ସମୟରେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବାଉଁଶୁଣୀ ଥାନା ଅଧୀନସ୍ଥ ସିଙ୍ଗାରୀ ଗ୍ରାମ ନିକଟରେ ଜାତୀୟ ରାଜପଥ-୫୭ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଇଚର ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ଙଊ-୦୨- ଉଝ-୪୬୬୫ ନମ୍ବର ବିଶିଷ୍ଟ ଏକ ଇଚର ଗାଡ଼ି ବୌଦ୍ଧରୁ ମନମୁଣ୍ଡା ଅଭିମୁଖେ ଯାଉଥିବା ସମୟରେ ରାସ୍ତା ଉପରେ ପାର୍କିଂ ହୋଇଥିବା ଡଈ-୩୩-ୠ-୩୧୫୧ ନମ୍ବର ବିଶିଷ୍ଟ ଏକ ଟ୍ରକ୍କୁ ପଛପଟୁ ଯୋର୍ ରେ ଧକ୍କା ଦେଇଥିଲା। ଫଳରେ ଇଚରଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହାର ଚାଳକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ପ୍ରାଥମିକ ସୂଚନା ଅନୁସାରେ, ରାସ୍ତାରେ ପାର୍କିଂ ହୋଇଥିବା ଟ୍ରକ୍ର ପଛପଟେ ଆବଶ୍ୟକୀୟ ରିୟର ରିଫ୍ଲେକ୍ଟିଭ୍ ଟେପ୍ (ଜଜଞ) ଦୃଶ୍ୟମାନ ନଥିବାରୁ ରାତ୍ରି ସମୟରେ ଏହା ଦେଖା ଯାଇନଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ବାଉଁଶୁଣୀ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ, ଦାୟିତ୍ୱ ଓ ଅନ୍ୟାନ୍ୟ ପରିସ୍ଥିତି ସମ୍ପର୍କରେ ତଦନ୍ତ ପରେ ସବିଶେଷ ତଥ୍ୟ ସ୍ପଷ୍ଟ ହେବ।
