ପୁରୀ: ମା ଉଗ୍ରତାରା ଯୁବକ ସଂଘ ,ପଶ୍ଚିମଦ୍ୱାର ପକ୍ଷରୁ ନିଃଶୁଳ୍କ ସମୂହ ବ୍ରତୋପନୟନ ଶୁକ୍ରବାର ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ୨୬ ଜଣ ବ୍ରାହ୍ମଣ ବାଳକଙ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ଗରିବ ବ୍ରାହ୍ମଣ ବାଳକ ମାନଙ୍କ ସହ ତାଙ୍କର ପିତାମାତା, ମାମୁଁମାଇଁଙ୍କ ସମେତ ବନ୍ଧୁବାନ୍ଧବ ବ୍ରତୋପନୟନରେ ଯୋଗ ଦେଇଥିଲେ । ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହ ଯଜ୍ଞରେ ଆହୁତି ପ୍ରଦାନ କରାଯାଇଥିଲା । ନିତୀନିୟମ ଅନୁଯାଇ ବ୍ରାହ୍ମଣ ବାଳକ ମାନଙ୍କୁ ବାରିକ ଦ୍ୱାରା ମୁଣ୍ଡ ଲଣ୍ଡିତ କରାଯାଇଥିଲା । ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବ୍ରତ ପଇତା ପରିଧାନ କରାଯାଇ ଚଳୁ ମନ୍ତ୍ର ପ୍ରଦାନ କରାଯାଇଥିଲା । ପାରମ୍ପରିକ ବାଜା ଓ ହଳଦିଆ ପାଟବସ୍ତ୍ର ପରିଧାନ କରି ବ୍ରାହ୍ମଣ ବାଳକ ମାନେ ପଶ୍ଚିମଦ୍ୱାର ଠାରୁ ଯମେଶ୍ୱର ମହାଦେବଙ୍କ ଦର୍ଶନ ପାଇଁ ରୋଷଣୀରେ ଯାଇଥିଲେ । ଝାଡ ଲାଇଟ ସହ ବାଦ୍ଯର ତାଳେ ତାଳେ ବ୍ରତଧାରୀ ବ୍ରାହ୍ମଣ ବାଳକ ମାନଙ୍କ ଶ୍ରୀମନ୍ଦିର ଚାରିପଟେ ବର୍ଣ୍ଣାଢ୍ଯ ରୋଷଣୀ ଶୋଭାଯାତ୍ରାରେ ସାହି ଲୋକ ମାନେ ଦେଖି ଖୁସିବ୍ୟକ୍ତ କରିଥିଲେ । ଏହି ବ୍ରତୋପନୟନ କାର୍ଯ୍ୟର ମୁଖ୍ଯ ପୃଷ୍ଠପୋଷକ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ପ୍ରଫେସର ସୌମେନ୍ଦ୍ର ମୁଦଲି , ସଭାପତି ବଳଭଦ୍ର ମହାପାତ୍ର, ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି ଉପସ୍ଥିତ ରହି ପରିଚାଳନା କରିଥିଲେ । ବ୍ରାହ୍ମଣ ବାଳକ ମାନଙ୍କ ସମେତ ମାତାପିତା ଓ ମାମୁଁମାଇଁଙ୍କ ରହିବା,ଖାଇବା ଖର୍ଚ୍ଚ ବହନ ସହ ଏହି ବ୍ରତଘର ସମସ୍ତ ସରଞ୍ଜାମ ଅନୁଷ୍ଠାନ ଯୋଗାଇ ଦେଇଥିଲା । ବାଲେଶ୍ୱର, ଭୁବନେଶ୍ୱର, କଟକ, ପିପିଲି ,ବଳଙ୍ଗା ଓ ପଶ୍ଚିମବଙ୍ଗରୁ ମଧ୍ଯ ଗରିବ ବ୍ରାହ୍ମଣ ବାଳକ ମାନଙ୍କ ସମେତ ମାତାପିତା ଓ ମାମୁଁମାଇଁ ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରି ଅନୁଷ୍ଠାନର ଏହି ଧାର୍ମିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏଭଳି ଧାର୍ମିକ ଓ ମହତକାର୍ଯ୍ଯ ଗରିବ ବ୍ରାହ୍ମଣ ପିଲାମାନଙ୍କ ଓ ତାଙ୍କ ପରିବାର ପାଇଁ ବହୁତ ସହାୟକ ହୋଇପାରିଛି । ଏଥିରେ ଅନୁଷ୍ଠାନର ନାରାୟଣ ପ୍ରତିହାରୀ, ବୃନ୍ଦାବନ ମହାନ୍ତି, ଅଭିଜିତ ପଣ୍ଡା,ରାଜକିଶୋର ମହାନ୍ତି, ଅଜିତ ନନ୍ଦ, ରଜନୀକାନ୍ତ ପଟ୍ଟନାୟକ, ଗୌରୀଶଙ୍କର ଖଟେଇ, ରବିନାରାୟଣ ଖଟେଇ, ତ୍ରିନାଥ ବାରିକ, ପ୍ରକାଶ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।
