କଟକ: ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ ପରିସରରେ ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ ଯୋଜନା ହୋଇଛି। ଭୂତଳ ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ନୂଆ ହସ୍ପିଟାଲର ସିଏନ୍-୪ କୋଠା ପଛପଟେ ଭୂତଳ ପାର୍କିଂ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଉଛି। ମାଟି ତଳେ ଦୁଇ ମହଲା ବିଶିଷ୍ଟ ପାର୍କିଂ ହେବ। ଏଥିରେ ପାଖାପାଖି ୩୫୦୦ ଗାଡ଼ି ରହିପାରିବ। ମାଟି ଉପରେ ସବୁଜ ଘାସ ଗାଲିଚାରେ ଷ୍ଟାଡିୟମ୍? ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଏସ୍?ସିବି ମେଡିକାଲର ନୂଆ ହସ୍?ପିଟାଲ କୋଠା ୪୫ ଏକର ଜମିରେ ନିର୍ମାଣ କରାଯାଉଛି। ୯ ମହଲା ବିଶିଷ୍ଟ ୪ ମେଡିକାଲ୍ କୋଠାରେ ୨ ହଜାର ୫୮ଟି ବେଡ୍ ରହିବ। ଏସ୍?ସିବିରେ ଏକକାଳୀନ ୩୫୦୦ ଗାଡ଼ିର ପାର୍କିଂ ସ୍ଥାନ ଆବଶ୍ୟକତା ରହିଛି। ଏସ୍ସିବି ପକ୍ଷରୁ ଏଥିପାଇଁ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିଲା। ମହାନଦୀର ହାଡ଼ିଆ ପଠାରେ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ସ୍ଥାୟୀ ନିର୍ମାଣ ଉପରେ ଏନ୍?ଜିଟି କଟକଣା ଥିବାରୁ ଏହି ପ୍ରସ୍ତାବ ଝୁଲି ରହିଛି। ସେହିଭଳି ତାଳଦଣ୍ଡା କେନାଲ୍ ଉପରେ ମଧ୍ୟ ପାର୍କିଂ ପାଇଁ ସ୍ଥାନ ଚିହ୍ନଟ ହୋଇଥିଲା। ଏଠି ୭ ମହଲା ବିଶିଷ୍ଟ କୋଠା ନିର୍ମାଣ ଯୋଜନା ଥିବା ବେଳେ ପାର୍କିଂ ସହିତ ଉପର ମହଲାରେ ମଲ୍, ଆଟେଣ୍ଡାଣ୍ଟ ସେଡ୍ ପାଇଁ ପ୍ରସ୍ତାବ ରହିଥିଲା। କିନ୍ତୁ ଏହାଦ୍ୱାରା ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟ ନଷ୍ଟ ହେବାର ଆଶଙ୍କା ରହିଛି। ଏଥିପାଇଁ ନୂଆ ହସ୍?ପିଟାଲ କୋଠା ଓ ଆବାସିକ କୋଠା ମଝିରେ ଥିବା ସ୍ଥାନ ଚିହ୍ନଟ କରାଯାଇଛି। ସିଏନ୍-୪ ହସ୍ପିଟାଲ କୋଠା ପଛପଟେ ଥିବା ୬.୫ ଏକର ଜମିରେ ଏହି ପାର୍କିଂସ୍ଥଳ ନିର୍ମାଣ ପାଇଁ ଚିହ୍ନଟ ହୋଇଛି। କିନ୍ତୁ ପାର୍କିଂ ପାଇଁ ୧୪ ଏକର ଜମିର ଆବଶ୍ୟକତା ରହିଛି। ଯଦି ଏହି ସ୍ଥାନରେ ପାର୍କିଂ ହୁଏ ତେବେ ମାଟି ତଳେ ଦୁଇ ମହଲା (ବି-୧, ବି-୨) କରିବାକୁ ଯୋଜନା କରାଯାଉଛି। ଉପରେ ଏକ ଇନ୍ଡୋର ଗେମ୍ ଷ୍ଟାଡିୟମ କରାଯିବ। ବ୍ୟାଡମିଣ୍ଟନ୍, ଟେନିସ୍ କୋର୍ଟ ବି ହୋଇପାରିବ। ଏବେ ଏସ୍ସିବି ମେଡିକାଲରେ ବ୍ଲଡ୍ବ୍ୟାଙ୍କ୍ ନିକଟ, ରାଣୀହାଟ ଗେଟ୍ ପଟୁ ଆସିବା ବେଳେ ବାମପଟେ, ଟ୍ରମା କାଜୁଆଲିଟି ସାମନା, ନ୍ୟୁମେଡିସିନ୍ ସାମନା, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ, ସ୍ପେସାଲ୍ଆଉଟ୍ଡୋର ନିକଟରେ କିଛି ପାର୍କିଂ ବ୍ୟବସ୍ଥା ରହିଛି। କିନ୍ତୁ ଏହି ପାର୍କିଂ ବ୍ୟବସ୍ଥା ପର୍ଯ୍ୟାପ୍ତ ହେଉ ନ ଥିବାରୁ ମନଇଚ୍ଛା ଗାଡ଼ି ପାର୍କିଂ କରାଯାଉଛି। ଫଳରେ ବିଭିନ୍ନ ସମୟରେ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।
