କଟକ: ତା ୩୦/୮ ରିଖ ସିଡିଏ କଟକ ସ୍ଥିତ ରାଇସିନା ମଣ୍ଡପ ରେ ୩୭ତମ କିଙ୍ଗ ରାଇସିନା ଅଲ ଓଡିଶା ଓପନ ଦିନିକିଆ ଚେସ ଚାମ୍ପିୟନସିପ ହୋଇଅଛି।
କିଙ୍ଗ ଚେସ ସେଣ୍ଟର ଏ୍ୱଂ ଟ୍ରିପଲ ସି ଚେସ କ୍ଲବ ଦ୍ୱାରା ଆୟୋଜିତ ଦିନିକିଆ ଚେସ ପ୍ରତିଯୋଗୀତା କୁ ଟ୍ରିପଲ ସି କ୍ଲବ ର ସମ୍ପାଦକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ସାହୁ ଧଳା ଗୋଟି ଚଲାଇ ଉଦଘାଟନ କରିଥିଲେ।୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତା ରେ ବିଭିନ୍ନ ଜିଲ୍ଲା ରୁ ରେକର୍ଡ ସଂଖ୍ୟକ ୭୨ ଜଣରୁ ଉର୍ଦ୍ଧ ଆନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ଖେଳାଳୀ ଙ୍କ ସହ ୨୫୦ ରୁ ଉର୍ଦ୍ଧ ଖେଳାଳୀ ଭାଗ ନେଇଥିଲେ।ଏହି ପ୍ରତିଯୋଗିତା ରେ ଫିଡେ ମାଷ୍ଟର ହର୍ଷିତ ସାହୁ ସମ୍ପୂର୍ଣ୍ଣ ୭ଟି ବିଜୟ ହାସଲ କରି ଚାମ୍ପିୟନ ହୋଇଇଥିବା ବେଳେ ୬ ପଏଣ୍ଟ ପାଇଁ ବୋକଲୋଜ ଭିତିରେ ଏଫ ଏମ ପ୍ରିୟାଂଶ ଦାସ ରନର୍ସ ଅଫ ହୋଇଥିଲେ,ସେଇପରି ଶ୍ରେୟଂଶ ଶୁଭମ ପଟ୍ଟନାୟକ,ଏଫ ଏମ ଶ୍ରୀୟାଂଶ ଦାସ,ସତ୍ୟମ ସବବର୍ଜିତ ମିଶ୍ର,କ୍ୟାଣ୍ଡିଡେଟ ମାଷ୍ଟର ସାତ୍ତ୍ୱିକ ସ୍ୱାଇଁ,ପ୍ରଭୁତି ଶ୍ରେଷ୍ଠ ୩ୟ ରୁ ୧୦ ମ ସ୍ଥାନ ପାଇଁ ପୁରସ୍କୃତ ହୋଇଥିଲେ।

ସନ୍ଧ୍ୟା ରେ ପୁରସ୍କାର ବିତରଣ ଉତ୍ସବ ରେକିଙ୍ଗ ଚେସ ସେଣ୍ଟର ର ପ୍ରତିଷ୍ଠାତା ତଥା ବରିଷ୍ଠ ଚେସ କୋଚ ବିଶ୍ୱଜିତ ରାୟ ପୌରହିତ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଚଳଚିତ୍ର ପ୍ରଯୋଜଜ ତଥା ସମାଜସେବୀ ପ୍ରଭାଂଶୁ ସାମାନ୍ତରାୟ ଯୋଗଦେଇଥିବା ବେଳେ, ରାଇସିନା ଗ୍ରୁପ ର ଅଧକ୍ଷ ତଥା ସମାଜସେବୀ ରଶ୍ମିତା ମହାପାତ୍ର, ଶ୍ରୀଯୁକ୍ତ ଅସିତ ମୁଖାର୍ଜୀ, ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ବିଶୋଇ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ।ଉଲ୍ଲେଖ୍ୟଯୋଗ ଯେ କିଙ୍ଗ ଚେସ ସେଣ୍ଟର ର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ହେଉଥିବା ପ୍ରତିଯୋଗିତା ରେ ୨୦୨୬ ମସିହା ରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ୩ ଟି ଆଇ ଏମ ନର୍ମ ହାସଲ କରିଥିବା ଫିଡେ ମାଷ୍ଟର ହର୍ଷିତ ସାହୁ ଏ୍ୱଂ ନିକଟରେ କମନୱେଲଥ ଚେସ ରେ ରୌପ୍ୟ ପଦକ ଏ୍ୱଂ ୨ ଟି ବ୍ରୋଞ୍ଚ ଏ୍ୱଂ ବିଶ୍ୱ କପ (୧୦ ବର୍ଷରୁ କମ) ଚେସ ରେ ବ୍ରୋଞ୍ଚ ପଦକ ହାସଲ କରିଥିବା କ୍ୟାଣ୍ଡିଡେଟ ମାଷ୍ଟର ସାତ୍ତ୍ୱିକ ସ୍ୱାଇଁ ଙ୍କୁ କିଙ୍ଗ ସମ୍ମାନ ପ୍ରଦାନ କରା ଯାଇଥିଲା।ପୁରସ୍କାର ବିତରଣ ଉତ୍ସବରେ ଶିଶୁ କଳାକାର ମାନଙ୍କ ଦ୍ୱାରା ସଂସ୍କୃତିକ କରାଯାଇଥିଲା, ଏହି ଉତ୍ସବକୁ ଚମତ୍କାର ଭାବେ ଉପସ୍ଥାପନା କରି ମନ୍ତ୍ରମୁଗ୍ଧ କରିଥିଲେ ଆନ୍ତର୍ଜାତୀୟ ରଟେଡ଼ ଖେଳାଳି ତଥା ୫୦୦ ରୂ ଉର୍ଦ୍ଧ ଶିକ୍ଷଣୀୟ ଗଳ୍ପ ୟୁଟ୍ୟୁବ ମାଧ୍ୟମରେ ପରିବେଷଣ କରି ପ୍ରସିଦ୍ଧି ହାସଲ କରଥିବା ଶିଶୁ ଚେସ ଖେଳାଳି ସତ୍ୟଜିତ ସେନାପତି ଏ୍ୱଂ ଶ୍ରେଜଲ ସେନାପତି। ସର୍ବଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରଶାନ୍ତ ଜେନା।
