filter: 0; fileterIntensity: 0.0; filterMask: 0; module: j; hw-remosaic: 0; touch: (-1.0, -1.0); modeInfo: ; sceneMode: 32768; cct_value: 0; AI_Scene: (6, -1); aec_lux: 105.274704; hist255: 0.0; hist252~255: 0.0; hist0~15: 0.0;
କୋଣାର୍କ: କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ନିକଟସ୍ତ ଜମରା ପ୍ରାଥମିକ ବିଦ୍ୟାଳୟରେ ୨ ଜଣ ୫ମ ଶ୍ରେଣୀ ଛାତ୍ରକୁ ଅଫିସକୁ ଡାକି ନିର୍ଦ୍ଧୁମ ଛେଚିଲେ ପ୍ରଧାନଶିକ୍ଷକ । ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ଆଣିଲେ ଅଭିଭାବକ। ସୂଚନା ଅନୁଯାୟୀ ମଙ୍ଗଳବାର ଦୁଇ ଛାତ୍ର ସ୍କୁଲକୁ ପାଠ ଖାତା ନେବାକୁ ଭୁଲି ଯାଇଥିଲେ। ଏଥିରେ ରାଗିଯାଇ ପ୍ରଧାନଶିକ୍ଷକ ବିପିନ୍ ବିହାରୀ ନନ୍ଦୀ ଦୁଇ ଜଣ ୫ମ ଶ୍ରେଣୀ ଛାତ୍ରକୁ ନିଜ ଅଫିସକୁ ଡାକି ନିର୍ଦ୍ଧୁମ ଛେଚିଥିଲେ । ମୁଣ୍ଡ ଓ ବେକକୁ ନୁଆଁଇ ପିଠି ଓ ଅଣ୍ଟା କୁ ବିଧା ମାରିଥିଲେ। ଘରକୁ ଯାଇ ଦେହ ଖରାପ ଓ ବିନ୍ଧା ହେଉଛି କହି ଜଣେ ଛାତ୍ର ଖାଇବା ପିଇବା କରି ନଥିଲା। ପଚାରି ବୁଝିବାରୁ ସେ ତାଙ୍କ ପିତା ମାତାଙ୍କୁ ସବୁ ଖୋଲି କହିଥିଲା। ଛାତ୍ରଙ୍କ ପିତା ରାକେଶ ରଞ୍ଜନ ବିଶ୍ୱାଳ ଓ ଅଭିଭାବକ ତଥା ଜେଜେ ଉପମନ୍ୟୁ ବିଶ୍ୱାଳ ତାଙ୍କୁ ମେଡ଼ିକାଲ ନେଇ ଚିକିତ୍ସା କରିବା ପରେ ଲିଖିତ ଭାବେ ଓ ସୋସିଆଲ ମିଡ଼ିଆ ଦ୍ୱାରା ବ୍ଳକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଜଣାଇ ଥିଲେ। ଘଟଣାର ଖବର ପାଇ ଶିକ୍ଷା ଅଧିକାରୀ ସିଆରସିସି ଙ୍କ ଜରିଆରେ ପ୍ରାଥମିକ ତଦନ୍ତ କରି ଛାତ୍ରଙ୍କ ବୟାନ ନେଇଛନ୍ତି। ଏହି ବିଦ୍ୟାଳୟରେ ୫ ବର୍ଷରୁ ଉର୍ଦ୍ଧ୍ୱ ଧରି ଥିବା ଉକ୍ତ ପ୍ରଧାନ ଶିକ୍ଷକ ଜଣଙ୍କ ପୂର୍ବରୁ ଅନେକ ଅନିୟମିତତା କରିଥିବା ଅଭିଯୋଗ ହୋଇ ଆସୁଥିଲା। ବିଦ୍ୟାଳୟକୁ ଠିକ୍ ସମୟରେ ନଆସିବା, ମଧ୍ୟାହ୍ନ ଭୋଜନରେ ନିମ୍ନ ମାନର ଖାଦ୍ୟ ଯୋଗାଣ , ରୋଷେୟା କୁ ଦୁର୍ବ୍ୟବହାର, ସବୁଜ ବାହୀନି ଅର୍ଥ ହଡପ ଆଦି କରିଥିବା ମଧ୍ୟ ଅଭିଯୋଗ ହେଇଛି। ଏଣୁ ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ବହିସ୍କାର କରିବା ପାଇଁ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ନଚେତ୍ ପିଲାଙ୍କୁ ସ୍କୁଲ ପଠାଇବେ ନାହିଁ ବୋଲି କହିଛନ୍ତି। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଶିକ୍ଷା ମନ୍ତ୍ରୀ, ଜିଲ୍ଲାପାଳ, ବିଡ଼ିଓ ଓ ବ୍ଳକ ଶିକ୍ଷା ଅଧିକାରୀ ମାନଙ୍କୁ ଅଭିଯୋଗ କରାଯାଇଛି।
