ପୁରୀ: ପୁରୀରେ ହତ୍ୟାକାଣ୍ଡ। ଜଗନ୍ନାଥ ବଲ୍ଲଭ ଭିତରେ ଥିବା ବେଣ୍ଟ ପୋଖରୀରେ ଘଟିଛି ଅଘଟଣ। ଜଣେ ବ୍ୟକ୍ତିଙ୍କୁ ପଥର ଛେଚି ହତ୍ୟା ଅନୁମାନ କରାଯାଉଛି ।ତେବେ ଟାଉନଥାନା ଆଇ ଆଇସିଙ୍କ ସୂଚନା ଅନୁଯାୟୀ ସେ ମୃତକ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅଟନ୍ତି ।ସେ ସେଠାରେ ସବୁଦିନ ଶୋଇଥାନ୍ତି। ଘଟଣା ସ୍ଥଳରେ ଶୋଉଥିବା ଆଉ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର ମଧ୍ୟ ଗତକାଲି ରାତି ୧୦ ଟା ପର ଠାରୁ ପତ୍ତା ନାହିଁ ।ତେଣୁ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଏପରି ଘଟିଥାଇ ପାରେ ବୋଲି ଅନୁମାନ କରୁଛି ପୋଲିସ ।

ଅଧିକ ତଦନ୍ତ କରୁଛି ପୋଲିସ । ପରୀରେ କୁମ୍ଭାରପଡା ଅଞ୍ଚଳରେ ସୋମବାର ପୁଅ ମାକୁ ମାରି ସ୍ଲାପ ତଳେ ପ୍ଲାଷ୍ଟର କରି ହତ୍ୟାକାଣ୍ଡ ଘଟିଥିବା ଘଟଣା ପରେ ବୁଧବାର ଜଗନ୍ନାଥ ବଲ୍ଲଭ ହତ୍ୟାକାଣ୍ଡ ଘଟଣା ଏବେ ସହରରେ ଚର୍ଚ୍ଚା ହେଉଛି ।
